Mon. Aug 17th, 2026
194 Views

ଚେନ୍ନାଇ: ସୁପରଷ୍ଟାର ରଜନୀକାନ୍ତ ମଙ୍ଗଳବାର ତାମିଲ ମାଗାଜିନ ‘ତୁଗଲକ’ର ଏକ କାର୍ଯ୍ୟକ୍ରମରେ ଯୋଗ ଦେଇ ସାମ୍ୱାଦିକଙ୍କୁ ପରାମର୍ଶ ଦେଇଛନ୍ତି। ଅଭିନେତାରୁ ନେତା ହୋଇଥିବା ରଜନୀକାନ୍ତ ଏହି କାର୍ଯ୍ୟକ୍ରମ ଜରିଆରେ ଦେଶର ସାମ୍ୱାଦିକଙ୍କ ଉଦ୍ଦେଶ୍ୟରେ ନିଜର ମତ ରଖିଛନ୍ତି।

ବର୍ତ୍ତମାନ ସମାଜ ଏବଂ ରାଜନୀତି ଖରାପ ସ୍ଥିତି ଆଡ଼କୁ ଯାଉଛି। ଏଭଳି ସ୍ଥିତିରେ ଦେଶବାସୀଙ୍କ ପାଇଁ ଗଣମାଧ୍ୟମର ଏକ ବଡ଼ ଭୂମିକା ରହିଛି। ଏବେ କିଛି ଟିଭି ଚ୍ୟାନେଲ ଗୁଡ଼ିକ ରାଜନୀତିକ ଦଳଙ୍କ ଦ୍ୱାରା ପରିଚାଳିତ। ତେଣୁ ମିଡ଼ିଆ, ସମାଲୋଚକ ଏବଂ ସାମ୍ୱାଦିକ ଯାହା ସତ ତାହା ଦେଖାଇବା ଜରୁରୀ ବୋଲି ରଜନୀକାନ୍ତ କହିଛନ୍ତି।

କ୍ଷୀରରେ ପାଣି ମିଶିଲେ ନହେଲେ ମିଛ ଖବରକୁ ସତ ଭଳି ପରିବେଶଣ କଲେ ଲୋକମାନେ ଜାଣିବା କଷ୍ଟକର। ଏ ବାବଦରେ ସତ କ’ଣ ସାମ୍ୱାଦିକମାନେ ହିଁ ଜାଣନ୍ତି। ତେଣୁ କ୍ଷୀରରେ କେତେ ପାଣି ମିଶିଛି ଓ ମିଛ ଖବର ଯାହା ସତ ଭଳି ଦେଖାଯାଉଛି ସେହି ଖବରର ସତ୍ୟାସତ୍ୟ ଲୋକଙ୍କ ନଜରକୁ ସାମ୍ୱାଦିକମାନେ ଆଣିବା ଦରକାର ବୋଲି ସେ କହିଛନ୍ତି।

By amfnews

Related Post