Tue. Aug 18th, 2026

ସାବଧାନ! ବିକ୍ରି ହେଉଛି ପାଣି ମିଶା ପେଟ୍ରୋଲ୍‌

198 Views

ରାଉରକେଲା : ଗାଡ଼ିରେ ପେଟ୍ରୋଲ୍‌ ପକାଉଥିଲେ ସାବଧାନ। କାରଣ ଆପଣ ଜାଣି ପାରିବେନି ଆପଣଙ୍କ ଗାଡ଼ିରେ ସତରେ ପେଟ୍ରୋଲ ପଡ଼ୁଛି ନା ଏଥିରେ କିଛି ଭେଜାଲ୍‌ ରହିଛି। ଏମିତିକି ସେଥିରେ ପାଣି ବି ମିଶି ଥାଇପାରେ। ରାଉରକେଲାର ଏକ ପେଟ୍ରୋଲ୍‌ ପମ୍ପକୁ ତେଲ ପକାଇବାକୁ ଯାଇଥିବା ଜଣେ ବ୍ୟକ୍ତି ଏପରି ଭାବେ ହଇରାଣ ହୋଇଛନ୍ତି।

ରାଉରକେଲାର ସ୍ଥିତ ୧୯ ନମ୍ବର ସେକ୍ଟରରେ ଥିବା ଏକ ପେଟ୍ରୋଲ୍‌ ପମ୍ପରେ ପାଣି ମିଶା ପେଟ୍ରୋଲ୍‌ ବିକ୍ରି ହେଉଥିବା ଅଭିଯୋଗ ହୋଇଛି। ଗତକାଲି ରାତିରେ ଅଭିଷେକ ମଲିକ ନାମକ ଜଣେ ବ୍ୟକ୍ତି ନିଜ କାର୍‌ରେ ପେଟ୍ରୋଲ ପକାଇଥିଲେ। ଏହାପରେ ଗାଡ଼ି ଆଉ ଷ୍ଟାର୍ଟ ହୋଇ ନଥିଲା। ଏନେଇ ସେ ପେଟ୍ରୋଲ୍‌ ପମ୍ପ ଅଧିକାରୀଙ୍କୁ କହିଥିଲେ। ହେଲେ ତାଙ୍କ କଥା କେହି ଶୁଣି ନଥିଲେ । ତେଣୁ ସେ ବାଧ୍ୟ ହୋଇ ପୁଲିସ୍‌କୁ ଖବର ଦେଇଥିଲେ ।

ପୁଲିସ୍‌ ଉପସ୍ଥିତିରେ ପେଟ୍ରୋଲ୍‌ର ମାନ ଯାଞ୍ଚ କଲାବେଳେ ସେଥିରୁ ଦୁଇ ବାଲ୍‌ଟି ପାଣି ବାହାରିଲା। ଏବେ ଗାଡ଼ି ମାଲିକ ଏ ବାବଦରେ କ୍ଷତିପୂରଣ ଦାବି କରିବା ସହ ବିହିତ କାର୍ଯ୍ୟାନୁଷ୍ଠାନ ଲାଗି ଯୋଗାଣ ବିଭାଗକୁ ନିବେଦନ କରିଛନ୍ତି।

By amfnews

Related Post