Fri. Apr 24th, 2026

ସାପ କାମୁଡ଼ିବାରୁ ସାପକୁ କାମୁଡ଼ି ୩ଖଣ୍ଡ କରିଦେଲେ ଯୁବକ, ପଲିଥିନରେ ଭର୍ତ୍ତି କରି ଡାକ୍ତରଖାନାରେ ପହଞ୍ଚିଲେ

255 Views

ଏଟା : ପୂର୍ବରୁ ସାପ ମଣିଷକୁ କାମୁଡ଼ିବା ଓ ପରେ ମଣିଷ ପୁଣି ସାପକୁ କାମୁଡ଼ିବା ଖବର ଅନେକ ଆସିଛି । କିନ୍ତୁ ଉତ୍ତରପ୍ରଦେଶରେ ଘଟିଥିବା ଘଟଣା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି । ମଦ ପିଇ ଜଣେ ଯୁବକ ଘର ବାହାରକୁ ଯାଉଥିବା ବେଳେ ଏକ ବିଷାକ୍ତ ସାପ ତାଙ୍କୁ କାମୁଡ଼ି ଦେଇଥିଲା । ସାପ କାମୁଡ଼ିବାରୁ ରାଗରେ ଯୁବକଜଣଙ୍କ ସାପକୁ ଧରି କାମୁଡ଼ିବା ସହ ୩ଖଣ୍ଡ କରି ଦେଇଥିଲେ । ଏହା ପରେ ସାପର ଖଣ୍ଡ ବିଖଣ୍ଡିତ ଶରୀରକୁ ପଲିଥିନରେ ଭର୍ତ୍ତି କରି ଯୁବକଜଣଙ୍କ ଡାକ୍ତରଖାନାରେ ପହଞ୍ଚିଥିଲେ । ଏଭଳି ଅଜବ ଘଟଣା ଉତ୍ତରପ୍ରଦେଶର ଏଟାରେ ଘଟିଥିବା ଜଣା ପଡ଼ିଛି ।

सांप ने काटा तो शराबी ने चबा डाला, कटे टुकड़े लेकर पहुंचा अस्पताल
ସୂଚନା ମୁତାବକ, ଏଭଳି ଅଜବ କାମ କରି ଏଟାର ଜିଲ୍ଲା ଚିକିତ୍ସାଳୟ ପହଞ୍ଚିବା ପରେ ଡାକ୍ତର ଯୁବକଙ୍କ କାମ ବିଷୟରେ ଜାଣି ଆଶ୍ଚର୍ଯ୍ୟ ହୋଇ ଯାଇଥିଲେ । ଏହା ପରେ ତୁରନ୍ତ ଯୁବକଙ୍କ ଚିକିତ୍ସା କରାଯିବା ପରେ ତାଙ୍କର ଅବସ୍ଥା ଗୁରୁତର ହେବାରୁ ତାଙ୍କୁ ଆଗ୍ରା ପଠାଇ ଦିଆଯାଇଥିବା ଜଣା ପଡ଼ିଛି । ଆଗ୍ରାରେ ପହଞ୍ଚିବା ପରେ ଯୁବକଙ୍କ ପରିବାର ଲୋକେ ସାପର ଅନ୍ତିମ ସଂସ୍କାର କରିଥିବା ଜାଣି ଖବରଟି ଏବେ ଆଲୋଚନାର ବିଷୟ ପାଲଟିଛି ।

By amfnews

Related Post