Sat. Sep 12th, 2026

ସାଧାରଣତନ୍ତ୍ର ଦିବସର ମୁଖ୍ୟ ଅତିଥି ନିମନ୍ତେ ସଂକ୍ଷିପ୍ତ ତାଲିକାରେ ଆଫ୍ରିକୀୟ ନେତା

189 Views

ନୂଆଦିଲ୍ଲୀ, ୧୦ା୧୧: ସାଧାରଣତନ୍ତ୍ର ଦିବସରେ ମୁଖ୍ୟ ଅତିଥି ହେବା ନିମନ୍ତେ ଜଣେ ଆଫ୍ରିକୀୟ ନେତାଙ୍କୁ ନିମନ୍ତ୍ରଣ କରାଯିବ ବୋଲି ଜଣାପଡ଼ିଛି। ଦକ୍ଷିଣ ଆଫ୍ରିକୀୟ ରାଷ୍ଟ୍ରପତି ସିରିଲ୍‌ ରାମାଫୋସା ଏଥର ମୁଖ୍ୟ ଅତିଥି ହେବାର ସମ୍ଭାବନା ଅଧିକ ବୋଲି କୁହାଯାଉଛି। ଖୁବ୍‌ ଶୀଘ୍ର ପ୍ରଧାନମନ୍ତ୍ରୀ ମୋଦି ନିଜେ କିଂବା ଟୁଇଟର୍‌ରେ ଏ କଥା ଘୋଷଣା କରି ପାରନ୍ତି।

ସାଧାରଣତନ୍ତ୍ର ଦିବସରେ ମୁଖ୍ୟ ଅତିଥି ହେବା ନିମନ୍ତେ ପ୍ରସ୍ତୁତ ସଂକ୍ଷିପ୍ତ ତାଲିକାରେ ୪ ଜଣଙ୍କ ନାମ ରହିଥିବା କଥା ଜଣେ ଅଧିକାରୀ ନିଜର ନାମ ଗୋପନ ରଖି କହିଛନ୍ତି।

ରାମାଫୋସାଙ୍କ ସମ୍ପର୍କରେ ବୈଦେଶିକ ବ୍ୟାପାର ମନ୍ତ୍ରାଳୟ କିଛି କହି ନାହିଁ। ସରକାର କହୁଛନ୍ତି ଠିକଣା ସମୟରେ ଘୋଷଣା କରିବେ।

ସମ୍ପ୍ରତି ଭାରତ ଆଫ୍ରିକୀୟ ଦେଶରେ ନିଜର ଉପସ୍ଥିତି ଏବଂ ସମ୍ପର୍କ ପ୍ରତିଷ୍ଠା ନିମନ୍ତେ ଉଦ୍ୟମ କରୁଛି। ସେଠାରେ ଚୀନ୍‌ର ବୃଦ୍ଧି ପାଉଥିବା ପ୍ରଭାବକୁ ମୁକାବିଲା କରିବାକୁ ଭାରତ ୨୦୧୪ ପର ଠାରୁ ଅଭିଯାନ ଆରମ୍ଭ କରିଛି।

By amfnews

Related Post