Thu. Aug 13th, 2026

ସାଜିଦ୍‌ ଖାନଙ୍କୁ ଏକ ବର୍ଷ ଲାଗି ନିଲମ୍ବିତ କରିଲା ଆଇ ଏଫ୍‌ ଟି ଡିଏ

284 Views

ମୁମ୍ବାଇ ,  ଡିସେମ୍ବର ୧୨    :   ‘ମି ଠୁ’ ବିବାଦରେ ଫସିଥିବା ନିର୍ଦ୍ଦେଶକ ସାଜିଦ୍‌ ଖାନଙ୍କୁ ଇଣ୍ଡିଆନ୍‌ ଫିଲ୍ମ ଆଣ୍ଡ ଟେଲିଭିଜନ୍‌ ଡିରେକ୍ଟରସ୍‌ ଆସୋସିଏସନ୍‌ ( ଆଇ ଏଫ୍‌ ଟି ଡିଏ )ଏକ ବର୍ଷ ଲାଗି ନିଲମ୍ବନ କରିଥିବା ଜଣାଯାଇଛି। ଅଭିନେତ୍ରୀ ରାଚେଲ୍‌ ହ୍ଵାଇଟ୍‌, ସହ ନିର୍ଦ୍ଦେଶକ ସଲୋନି ଚୋପ୍ରା ଏବଂ ସାମ୍ବାଦିକା କରିସ୍ମା ଉପାଧ୍ୟାୟ ସାଜିଦ୍‌ ଖାନଙ୍କ ବିରୋଧରେ ଅସଦାଚରଣର ଅଭିଯୋଗ ଆଣିବାପରେ ଏଭଳି ପଦକ୍ଷେପ ଗ୍ରହଣ କରିଛି ଆଇ ଏଫ୍‌ ଟି ଡିଏ ।ସଂଘ ପକ୍ଷରୁ କୁହାଯାଇଛି ଯେ ସାଜିଦଙ୍କୁ ତାଙ୍କ ପକ୍ଷ ରଖିବାଲାଗି କୁହାଯାଇଥିଲା ହେଲେ ସେ କୌଣସି ଜବାବ୍‌ ଦେଇ ନଥିଲେ ।‘ମି ଠୁ’ ଅଭିଯାନ ସକ୍ରିୟ ହେବା ପରେ ନିର୍ଦ୍ଦେଶକ ସାଜିଦ୍‌ ଖାନଙ୍କୁ ‘ହାଉସଫୁଲ୍-୪’ରୁ ବିଦା ହେବାକୁ ପଡ଼ିଥିଲା।

ଆଗରୁ ନିର୍ଦ୍ଦେଶକସାଜିଦ୍‌ ଖାନଙ୍କୁ ଦ ଫେଡେରସନ୍ ଅଫ୍ ଓ୍ଵଷ୍ଟର୍ଣ୍ଣ ଇଣ୍ଡିଆ ସିନେ ଏଂପଲଇଜ୍ (ଏଫ୍ ଡବ୍ଲୁ ଆଇସିଆଇ)କାରଣ ଦର୍ଶାଅ ନୋଟିସ୍ ଜାରି କରିଥିଲା। ଆଲୋକନାଥ ଓ ସାଜିଦ୍‌ ଖାନଙ୍କ ଉପରେ ଶୋଷଣର ଅଭିଯୋଗ ରହିଛି।

ଏଫ ଡବ୍ଲୁ ଆଇ ସିଆଇ ପକ୍ଷରୁ କୁହାଯାଇଛି ଯେ,ଭାରତୀୟ ଫିଲ୍ମ ଏବଂ ଟେଲିଭିଜନ୍ ନିର୍ଦ୍ଦେଶିତ ସଂଘ (ଆଇ ଏଫ୍‌ ଟି ଡିଏ)କୁ ଆଲୋକନାଥ ଯେଉଁ ଉତ୍ତର ଦେଇଛନ୍ତି,ତାହା ସନ୍ତୋଷଜନକ ନୁହେଁ,ଆଇ ଏଫ୍‌ ଟି ଡିଏ ପକ୍ଷରୁ ଯୌନ ଶୋଷଣ ମାମଲାରେ କାରଣ ଦର୍ଶାଅ ନୋଟିସ ଜାରି କରାଯାଇଥିଲା।ଆଇ ଏଫ୍‌ ଟି ଡିଏର ସଦସ୍ୟ ଏଫ୍ଡବ୍ଲୁ ଆଇ ସିଆଇର ବରିଷ୍ଠ ଅଧିକାରୀ ମାନଙ୍କ ବୈଠକ ପରେ ଏହି ନିଷ୍ପତ୍ତି ନିଆଯାଇଛି।

By amfnews

Related Post