Thu. Jun 11th, 2026

ସହକାରୀ ନିର୍ବାହୀ ଯନ୍ତ୍ରୀ କିଶୋର ପାତ୍ରଙ୍କ ଘରେ ଭିଜିଲାନ୍ସ ଚଢ଼ାଉ

229 Views

ପାଟଣାଗଡ଼  : ବଲାଙ୍ଗିର ଜିଲ୍ଲା ଅନ୍ତର୍ଗତ ପାଟଣାଗଡ଼ ପୂର୍ତ୍ତ ବିଭାଗର ସହକାରୀ ନିର୍ବାହୀ ଯନ୍ତ୍ରୀ କିଶୋର ପାତ୍ର ଭିଜିଲାନ୍ସ ଜାଲରେ ଛନ୍ଦି ହୋଇଥିବା ଜଣାଯାଇଛି। ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ କିଶୋର ପାତ୍ରଙ୍କ ପାଟଣାଗଡ଼ ବାସଭବନ ସମେତ ୪ଟି ସ୍ଥାନରେ ଭିଜିଲାନ୍ସ ଚଢ଼ାଉ ଜରି ରହିଥିବା ଜଣାଯାଇଛି।

ମିଳିଥିବା ସୂଚନା ଅନୁଯାୟୀ ଆଜି ସକାଳେ ଭିଜିଲାନସ ବିଭାଗର କର୍ମଚାରୀମାନେ ବଲାଙ୍ଗୀର ଜିଲ୍ଲା ପାଟଣାଗଡ଼ ପୂର୍ତ୍ତ ବିଭାଗ ସହକାରୀ ନିର୍ବାହୀ ଯନ୍ତ୍ରୀ କିଶୋର ପାତ୍ରଙ୍କ ଘରେ ପ୍ରଥମେ ଚଢ଼ାଉ କରିଛନ୍ତି। ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଚଢ଼ାଉ ହେଉଛି ।


ବଲାଙ୍ଗୀର ଭିଜିଲାନ୍ସ ଡିଏସ୍‌ପିଙ୍କ ନେତୃତ୍ୱରେ ସହକାରୀ ନିର୍ବାହୀ ଯନ୍ତ୍ରୀ କିଶୋର ପାତ୍ରଙ୍କ ଘରେ ଟିମ୍‌ ଚଢ଼ାଉ କରୁଛି । ପାଟଣାଗଡ଼ ବାସଭବନ ଓ କାର୍ଯ୍ୟାଳୟ ସମେତ ସମେତ ୪ଟି ସ୍ଥାନରେ ଚଢ଼ାଉ ଜାରି ରହିଛି । ଏହା ସହିତ ତାଙ୍କ ଭାଇଙ୍କୁ ଭିଜିଲାନ୍ସ ତଦନ୍ତ ପରିସରକୁ ଆଣିଥିବା କୁହାଯାଉଛି । ଏକକାଳିନୀ ବଲାଙ୍ଗୀର, ସମ୍ବଲପୁର, ବରଗଡ଼ ଓ ଝାରସୁଗୁଡ଼ାରେ ଚଢ଼ାଉ ଚାଲିଥିବା ଜଣାପଡ଼ିଛି । ତେବେ ଏହି ଚଢ଼ାଉ ବେଳେ କେତେ ପରିମାଣର ନଗଦ ବା ସଂପତ୍ତିର ଠାବ କରାଯାଇଛି ତାହା ଜଣାପଡ଼ିନାହିଁ।

By amfnews

Related Post