Wed. Sep 30th, 2026

ସଲମାନ୍‌ ଓ ଆଲିଆଙ୍କ ‘ଇନ୍‌ସାଲ୍ଲା’ର ସୁଟିଂ ପାଇଁ ନିର୍ଦ୍ଦେଶକ ସଂଜୟ ଲୀଲା ଭଂସାଲୀଙ୍କ ଖାସ ଯୋଜନା

282 Views

ମୁମ୍ବାଇ : ବଲିଉଡ ସୁପରଷ୍ଟାର ସଲମାନ୍‌ ଖାନ୍‌ ଓ ସୁପରହିଟ୍‌ ଆଲିଆ ଭଟ୍ଟଙ୍କୁ ନେଇ ପ୍ରଖ୍ୟାତ ନିର୍ମାତା-ନିର୍ଦ୍ଦେଶକ ସଂଜୟ ଲୀଲା ଭଂସାଲୀ ‘ଇନ୍‌ସାଲ୍ଲା’ଟାଇଟଲରେ ଏକ ଫିଲ୍ମ ନିର୍ମାଣ କରୁଛନ୍ତି। ଏହି ଫିଲ୍ମ ସଂପର୍କରେ ଘୋଷଣା ହେବା ଦିନଠାରୁ ଏହାକୁ ନେଇ ସିନେ ପ୍ରେମୀଙ୍କ ମଧ୍ୟରେ ଉତ୍କଣ୍ଠା ବଢିବାରେ ଲାଗିଛି। ଏଇଥିପାଇଁ ଏହା ଚର୍ଚ୍ଚାର ବିଷୟ ଯେ ପ୍ରଥମ ଥର ପାଇଁ ସଲମାନ୍‌ ଓ ଆଲିଆ ଏକାଠି କାମ କରୁଛନ୍ତି।

‘ଇନସାଲ୍ଲା’ସଂପର୍କରେ ଏବେ ଏକ ଚାଞ୍ଚଲ୍ୟକର ଖବର ମିଳିଛି। ତାହା ହେଲା ଯେ ଯେଉଁଠାରେ ଏହି ସିନେମାର ସୁଟିଂ କରାଯିବ,ସେଠାରେ ନିରାପତ୍ତା ବ୍ୟବସ୍ଥାକୁ କଡ଼ାକଡ଼ି କରାଯିବ ।ଏଥିପାଇଁ ସଂଜୟ ଲୀଲା ଭଂସାଲୀ ଇତିମଧ୍ୟରେ ଯୋଜନା କରି ସାରିଲେଣି। ମିଳିଥିବା ସୂଚନା ଅନୁଯାୟୀ ଫିଲ୍ମର ଅଧିକାଂଶ ସୁଟିଂ ବାରାଣାସୀର କରାଯିବ।ଏହାଛଡ଼ା ଉତ୍ତରାଖଣ୍ଡରେ ବି କିଛି ଅଂଶରୁ ସୁଟିଂ ହେବ। ଏହାଛଡ଼ା ‘ଇନସାଲ୍ଲା’ର କିଛି ଭାଗ ଆମେରିକାର ମିୟାମି ଓ ଆର୍ୟାଲାଣ୍ଡରେ ବି ସୁଟ୍‌ କରାଯିବ ବୋଲି ଜଣାଯାଇଛି।

ସଲମାନ୍‌ ଖାନ୍‌ ଓ ଆଲିଆ ଭଟ୍ଟ ଏବେକାର ବଡ଼ ତାରକା ହୋଇଥିବା ହେତୁ ସେମାନଙ୍କର ସୁରକ୍ଷା ପ୍ରତି ବିଶେଷ ଧ୍ୟାନ ବିଶେଷ ଧ୍ୟାନ ଦିଆଯିବ ବୋଲି କହିଛନ୍ତି ସଂଜୟ ଲୀଲା ଭଂସାଲୀ।

By amfnews

Related Post