Sun. Sep 13th, 2026

ସର୍ତକ ସୂଚନା ଲଗାଯିବ: ରାଜଧାନୀର ୫ ଛକକୁ ବ୍ଲାକସ୍ପଟ୍‌ ଘୋଷଣା କଲା ପୁଲିସ

358 Views

ଭୁବନେଶ୍ୱର: ରାଜଧାନୀର ୫ଟି ଛକକୁ ଦୁର୍ଘଟଣାପ୍ରବଣ ଛକ(ବ୍ଲାକସ୍ପଟ୍‌) ବୋଲି ଘୋଷଣା କରିଛି କମିସନରେଟ୍‌ ପୁଲିସ। ସେଗୁଡ଼ିକ ହେଲା ଖଣ୍ଡଗିରି, ବରମୁଣ୍ଡା, ସୈନିକ ସ୍କୁଲ ସମ୍ମୁଖ, ସତ୍ୟନଗର ମଶାଣି ଓ  କଳିଙ୍ଗ ଷ୍ଟୁଡିଓ ଛକ। ଏହି ଛକଗୁଡ଼ିକରେ ପ୍ରତ୍ୟେକ ରାତିରେ ଦୁର୍ଘଟଣା ଘଟୁଛି। ମୃତାହତଙ୍କ ସଖ୍ୟା ବଢ଼ିବଢ଼ି ଚାଲିଛି। ଖୁବ୍‌ ଶୀଘ୍ର ଏହି ଛକଗୁଡ଼ିକରେ ସର୍ତକ ସୂଚନା ଲାଗିବା ସହ ହମ୍ପସ୍‌ ନିର୍ମାଣ କରାଯିବ। ନୂଆ କରି ପୁଲିସ କମିସନର୍‌ ଭାବେ ସତ୍ୟଜିତ ମହାନ୍ତି ଯୋଗ ଦେବା ପରେ ରାଜଧାନୀରେ ବ୍ଲାକସ୍ପଟ୍‌ ଚିହ୍ନଟ କରିବା ପାଇଁ ବରିଷ୍ଠ ପୁଲିସ ଅଧିକାରୀମାନଙ୍କୁ ନିର୍ଦେଶ ଦେଇଥିଲେ। ବରିଷ୍ଠ ଅଧିକାରୀଙ୍କ ତନାଘନା ପରେ ଉପରୋକ୍ତ ଛକଗୁଡ଼ିକୁ ବ୍ଲାକସ୍ପଟ୍‌ ଭାବେ ଚିହ୍ନଟ କରାଯାଇଛି। ଏଠାରେ ପ୍ରକାଶ ଥାଉକି ଏହି ସବୁ ଛକରେ ପ୍ରତ୍ୟେକ ବର୍ଷ ୨୫୦ରୁ ଅଧିକ ଦୁର୍ଘଟଣା ଘଟୁଥିବା ବେଳେ ୫ରୁ ଅଧିକଙ୍କ ମୃତ୍ୟୁ ଓ ୩୦ରୁ ଅଧିକ ଗୁରୁତର ଭାବେ ଆହତ ହେଉଛନ୍ତି।

By amfnews

Related Post