Wed. Oct 14th, 2026

ସର୍ଜିକାଲ୍‌ ଷ୍ଟ୍ରାଇକ୍‌ ଓ ବାଲାକୋଟ ଏୟାର ଷ୍ଟ୍ରାଇକ୍‌ ପରେ ଭାରତରେ ଆତଙ୍କବାଦୀ ସଙ୍ଗଠନରେ ସ୍ଥାନୀୟ ଯୁବକଙ୍କ ଭର୍ତ୍ତିରେ ୪୦ ପ୍ରତିଶତ ହ୍ରାସ ଘଟିଛି

224 Views

ନୂଆଦିଲ୍ଲୀ  : ସର୍ଜିକାଲ୍‌ ଷ୍ଟ୍ରାଇକ୍‌ ଓ ବାଲାକୋଟ ଏୟାର ଷ୍ଟ୍ରାଇକ୍‌ ପରେ ଭାରତର ସୀମାରେ ଆତଙ୍କବାଦୀଙ୍କ ଅନୁପ୍ରବେଶ ଢ଼େର ହ୍ରାସ ପାଇଛି ବୋଲି ହୋଇଛି କେନ୍ଦ୍ର ଗୃହ ରାଷ୍ଟ୍ର ମନ୍ତ୍ରୀ ନିତ୍ୟାନନ୍ଦ ରାୟ କହିଛନ୍ତି। ସେ ସୂଚନା ଦେଇଛନ୍ତି ଯେ ବିଗତ ବର୍ଷରେ ପ୍ରାୟ ୪୩ ପ୍ରତିଶତ ଅନୁପ୍ରବେଶ ହ୍ରାସ ପାଇଛି । ସୁରକ୍ଷାବଳର ପ୍ରଚେଷ୍ଟାରେ ଜମ୍ମୁ ଓ କାଶ୍ମୀର ସ୍ଥିତିରେ ବି ଯଥେଷ୍ଟ ପରିବର୍ତ୍ତନ ଘଟିଛି । ସଂସଦ ଗୃହରେ ଏ ସମ୍ପର୍କିତ ଏକ ପ୍ରଶ୍ନର ଉତ୍ତର ମନ୍ତ୍ରୀ ଶ୍ରୀ ରାୟ ଏକଥା କହିଛନ୍ତି ।

ଖାଲି ସେତିକି ନୁହେଁ ,  ଆତଙ୍କବାଦୀ ଆକ୍ରମଣରେ ମଧ୍ୟ ୨୮ ପ୍ରତିଶତ ଓ ଆତଙ୍କବାଦୀ ସଙ୍ଗଠନରେ ସ୍ଥାନୀୟ ଯୁବକଙ୍କ ଭର୍ତ୍ତିରେ ବି  ୪୦ ପ୍ରତିଶତ ହ୍ରାସ ଘଟିଛି ବୋଲି କେନ୍ଦ୍ର ଗୃହ ରାଷ୍ଟ୍ର ମନ୍ତ୍ରୀ ନିତ୍ୟାନନ୍ଦ ରାୟ କହିଛନ୍ତି। ୨୦୧୮ ତୁଳନାରେ ୨୦୧୯ର ପ୍ରଥମ ୬ ସପ୍ତାହରେ ଦେଶରେ  ଅଧିକ ଶାନ୍ତି ପରିଲକ୍ଷିତ ହୋଇଛି ବୋଲି ସେ କହିଛନ୍ତି। ମୋଦୀ ସରକାର ଦୃଷ୍ଟି କୋଣ ବଦଳିଥିବା ହେତୁ ଏହା ସମ୍ଭବ ହୋଇଛି।

By amfnews

Related Post