Wed. Jun 24th, 2026

ସର୍କସ୍‌ରେ ସମସ୍ତ ଜୀବଜନ୍ତୁଙ୍କ ଖେଳ ନିଷିଦ୍ଧ କରିବାକୁ ଯୋଜନା କରୁଛନ୍ତି କେନ୍ଦ୍ର ସରକାର

304 Views

ନୂଆଦିଲ୍ଲୀ, ନଭେମ୍ବର ୩୦: ଭାରତୀୟ ସର୍କସରେ ଜୀବଜନ୍ତୁଙ୍କ ବ୍ୟବହାର ବନ୍ଦ କରାଇବାକୁ କେନ୍ଦ୍ର ସରକାର ନିୟମ ପ୍ରଣୟନ କରିବାକୁ ଯାଉଛନ୍ତି।

ଚିଠା ହୋଇଥିବା ଏହି ନିୟମାବଳୀ ସବୁ ଅନୁମୋଦନ ଲାଭ କରିବା ପରେ ସର୍କସ ବା ଭ୍ରାମ୍ୟମାଣ ମନୋରଞ୍ଜନରେ ଆଉ ଜୀବଜନ୍ତୁଙ୍କ ଖେଳ ଦେଖିବାକୁ ମିଳିବ ନାହିଁ। ୨୦୧୧ ଆଇନ୍‌ ଅନୁସାରେ, ସର୍କରୁ ବୃହଦ୍‌କାୟ ମାର୍ଜାର ଶ୍ରେଣୀୟ ଜୀବ ବାଘ, ସିଂହ, କଳାବାଘ, ଏବଂ ମାଙ୍କଡ଼, ଭାଲୁ ଓ ଷଣ୍ଢ ଆଦିଙ୍କ ଖେଳ ନିଷିଦ୍ଧ ହୋଇ ସାରିଛି। ଏବେ ସର୍କସ୍‌ରେ ଆଉ ଘୋଡ଼ା, ଜଳହସ୍ତୀ, ହାତୀ ବିଦେଶୀ ଶୁକପକ୍ଷୀ ଓ କୁକୁର ମଧ୍ୟ ଖେଳ ଦେଖାଇବେ ନାହିଁ।

ସର୍କସ୍‌ର ଜନ୍ତୁମାନଙ୍କୁ ଛୋଟିଆ ସ୍ଥାନରେ ବନ୍ଦ କରି ରଖିବା ଏବଂ ସେମାନଙ୍କୁ କଷ୍ଟ ଦେଉଥିବା ଭଳି ତାଲିମ୍‌ ଓ ଖେଳ ଦେଖାଇବାକୁ ବାଧ୍ୟ କରାଯାଉଥିବାରୁ ପ୍ରାଣୀ ଅଧିକାର କର୍ମୀମାନେ ଦୀର୍ଘ ଦିନ ହେବ ଏହାର ଉଚ୍ଛେଦ ଦାବି କରି ଆସୁଥିଲେ।

ଚିଠା ଅବସ୍ଥାରେ ଥିବା ନୂଆ ଆଇନ୍‌ ‘ପର୍‌ଫର୍‌ମିଙ୍ଗ୍‌ ଆନିମଲ୍‌ସ୍‌ (ରେଜିଷ୍ଟ୍ରେସନ୍‌) ଆମେଣ୍ଡ୍‌ମେଣ୍ଟ୍‌ ରୁଲ୍‌ସ୍‌, ୨୦୧୮ ଅନୁସାରେ, କୌଣସି ପ୍ରକାର ଖେଳ ଦେଖାଇବାକୁ ବା ପ୍ରଦର୍ଶନ କରାଯିବାକୁ କୌଣସି ସର୍କସ୍‌ କିଂବା ଭ୍ରାମ୍ୟମାଣ ମନୋରଞ୍ଜନ କାର୍ଯ୍ୟକ୍ରମରେ ଜୀବଜନ୍ତୁଙ୍କୁ ବ୍ୟବହାର କରାଯାଇ ପାରିବ ନାହିଁ।

By amfnews

Related Post