Tue. Apr 28th, 2026

ସରପଞ୍ଚଙ୍କ ସ୍ୱାମୀ ଓ ତାଙ୍କ ସହଯୋଗୀଙ୍କୁ ହତ୍ୟା

211 Views

ବାଙ୍କୀ : କଟକ ଜିଲ୍ଲା ବାଙ୍କୀର ଯୋକଲାଞ୍ଜିରେ ଡବଲ ମର୍ଡର ହୋଇଛି। ଖଜୁରିପଦା-ନୂଆଗାଁ ସରପଞ୍ଚଙ୍କ ସ୍ୱାମୀ ଓ ତାଙ୍କ ସହଯୋଗୀଙ୍କୁ ଦୁର୍ବୃତ୍ତମାନେ ଖଣ୍ଡାରେ ହାଣି ଅତି ନୃଶଂସ ଭାବେ ହତ୍ୟା କରିଛନ୍ତି। ମୃତକଦ୍ୱୟ ହେଲେ ସରପଞ୍ଚଙ୍କ ସ୍ୱାମୀ ଭଗବାନ ସ୍ୱାଇଁ ଓ ତାଙ୍କ ସହଯୋଗୀ ଆଦିତ୍ୟ ରଣସିଂହ।

ସୂଚନା ଅନୁଯାୟୀ, ଗତକାଲି ଅପରାହ୍ନ ପ୍ରାୟ ୨ଟା ୩୦ରେ ଭଗବାନ ଓ ଆଦିତ୍ୟ ପଞ୍ଚାୟତ କାର୍ଯ୍ୟାଳୟରୁ ବାଇକ୍‌ରେ ଫେରୁଥିଲେ।  ଏହି ସମୟରେ ଯୋକଲାଞ୍ଜିଠାରେ କିଛି ଦୁର୍ବୁତ୍ତ ସେମାନଙ୍କୁ ଗୋଡ଼ାଇ ଗୋଡ଼ାଇ ଖଣ୍ଡାରେ ହାଣିଥିଲେ। ଉଭୟଙ୍କୁ ଗୁରୁତର ଅବସ୍ଥାରେ କଟକ ଏସ୍‌ସିବିକୁ ସ୍ଥାନାନ୍ତର କରାଯାଇଥିଲା। ହେଲେ ସେଠାରେ ପ୍ରଥମେ ଆଦିତ୍ୟ ଏବଂ ପରେ ଭଗବାନଙ୍କୁ ଡାକ୍ତର ମୃତ ଘୋଷଣା କରିଥିଲେ। ରାଜନୈତିକ ଶତ୍ରୁତାକୁ କେନ୍ଦ୍ରକରି ଏହି ଆକ୍ରମଣ ହୋଇଥିବା ସନ୍ଦେହ କରାଯାଉଛି।

ଘଟଣାସ୍ଥଳରେ ସାଇଟିଫିକ୍ ଟିମ୍ ଏବଂ ବୈଦେଶ୍ୱର ପୁଲିସ ଯାଞ୍ଚ କରିଥିବା ବେଳେ ବିଭିନ୍ନ ଦିଗକୁ ନେଇ ଖୋଳତାଡ଼ କରାଯାଉଛି।

By amfnews

Related Post