Fri. Oct 2nd, 2026

ସରପଞ୍ଚଙ୍କ ସ୍ୱାମୀଙ୍କୁ ହତ୍ୟା କଲେ ନକ୍ସଲ

247 Views

ମାଲକାନଗିରି, ନଭେମ୍ବର ୮: ଲାଲ୍‌ବାହିନୀର ବର୍ବରକାଣ୍ଡ। ଜଣେ ସରପଞ୍ଚଙ୍କ ସ୍ୱାମୀଙ୍କୁ ନକ୍ସଲ ହତ୍ୟା କରିଛନ୍ତି ।ମାଲକାନଗିରି ଜିଲ୍ଲା ସୀମାନ୍ତ ଛତିଶଗଡ଼ର ସୁକମା ଜିଲ୍ଲାରେ ଏହି ଘଟଣା ଘଟିଛି। ନକ୍ସଲମାନେ ସରପଞ୍ଚଙ୍କ ସ୍ୱାମୀଙ୍କୁ ଘରୁ ଡାକି ନେଇ ଗୁଳି କରି ହତ୍ୟା କରିଛନ୍ତି। ମୃତକ ହେଲେ କଲମ ଦୁରୁଆ।ପୁଲିସ୍‌ ଇନ୍‌ଫର୍ମର ସନ୍ଦେହରେ ତାଙ୍କୁ ହତ୍ୟା କରାଯାଇଥିବା ଜଣାପଡ଼ିଛି।ନଭେମ୍ବର ୧୨ ତାରିଖରେ ଛତିଶଗଡ଼ର ମାଓ ପ୍ରବଣ ୧୨ଟି ନିର୍ବାଚନମଣ୍ଡଳୀରେ ପ୍ରଥମ ପର୍ଯ୍ୟାୟ ବିଧାନସଭା ନିର୍ବାଚନ ହେବ। ଏହା ପୂର୍ବରୁ ଲାଲ୍‌ବାହିନୀ ଏଭଳି ଅମାନୁଷିକ କାଣ୍ଡ ଘଟାଇଛନ୍ତି।

By amfnews

Related Post