Sun. Apr 26th, 2026

ସରକାରୀ ବାବୁଙ୍କ ମାନବିକତା, ଶବକୁ କାନ୍ଧ ଦେଲେ ବିଡିଓ, ସତ୍କାର କଲେ

371 Views

 ମାନବିକତା ଆଗ, ପଦବି ପଛ। ଏହାର ପ୍ରମାଣ ଦେଇଛନ୍ତି ଉଚ୍ଚପାହ୍ୟାରେ ଥିବା ଦୁଇ ଜଣ ସରକାରୀ ଅଧିକାରୀ। ଦୁହିଁଙ୍କ ମଧ୍ୟରୁ ଜଣେ ହେଉଛନ୍ତି ବରଗଡ଼ ଏସ୍‌ପି ମୁକେଶ ଭାମୁ। ଅନ୍ୟ ଜଣେ ହେଉଛନ୍ତି ଖପ୍ରାଖୋଲ ବିଡିଓ ତରଣୀ ସୁନା। ଦୁର୍ଘଟଣାଗ୍ରସ୍ତଙ୍କୁ ମେଡିକାଲକୁ ପଠାଇ …ଅସହାୟ ବ୍ୟକ୍ତିଙ୍କ ଶବ ସତ୍କାର କରି ଦୁହେଁ ପ୍ରଶଂସାଭାଜନ ହୋଇପାରିଛନ୍ତି।

ଧଣ୍ଡାମୁଣ୍ଡା: ବଲାଙ୍ଗୀର ଜିଲ୍ଲା ଖପ୍ରାଖୋଲ ବ୍ଲକ୍‌ ଅନ୍ତର୍ଗତ ବାଞ୍ଜିପାଲି ଗ୍ରାମର ଜଣେ ଅସହାୟ ବ୍ୟକ୍ତିଙ୍କ ଶବକୁ ସ୍ଥାନୀୟ ବିଡିଓ କାନ୍ଧ ଦେବା ସହ ଅନ୍ୟମାନଙ୍କ ସହଯୋଗ‌େର ସଂସ୍କାର କରିଛନ୍ତି। ଏହି ଘଟଣା ଆଜି ଚର୍ଚ୍ଚାର ବିଷୟ ପାଲଟିଛି। ବିଡିଓ ତରଣୀ ସୁନା ଏବଂ ଅନ୍ୟ ସ୍ବେଚ୍ଛାସେବୀଙ୍କ ଏଭଳି ମାନବିକତା ପ୍ରଦର୍ଶନକୁ ସବୁ ମହଲରେ ପ୍ରଶଂସା କରାଯାଇଛି। ପ୍ରକାଶ ଯେ, ବହୁଦିନ ହେଲା ମହାରାଷ୍ଟ୍ର ଅଂଚଳର ଜଣେ ବ୍ୟକ୍ତି ବାଞ୍ଜିପାଲି ଗାଁରେ ଆସି ରହୁଥିଲେ। ନାଥ ବାବା ଭାବରେ ପରିଚିତ ଏହି ବ୍ୟକ୍ତି ଜଣକ ଗାଁ ଗାଁ ଯାଇ ଲୋକ ହାତ ଦେଖି ଭବିଷ୍ୟବାଣୀ କରୁଥିଲେ ଏବଂ ଭିକ୍ଷାବୃତ୍ତି କରି ଚଳୁଥିଲେ।

ଗତ କିଛିଦିନ ହେଲା ସେ ଜଣ୍ତିସରେ ଆକ୍ରାନ୍ତ ହୋଇଥିଲେ। ସୋମବାର ରାତିରେ ତାଙ୍କର ମୃତ୍ୟୁ ହୋଇଯାଇଥିଲା ା ଏଠାରେ ତାଙ୍କର କୌଣସି ସଂପର୍କୀୟ ନଥିବାରୁ ଶବ ପଡ଼ିରହିଥିବାବେଳେ କେହି ବାହାରିନଥିଲେ। ଖପ୍ରାଖୋଲର ସାମ୍ବାଦିକ ତାପସ ରଂଜନ ବେହେରାଙ୍କ ଠାରୁ ସୂଚନା ପାଇ ପାଟଣାଗଡ଼ର ସମ୍ବାଦିକ ପ୍ରବୀଣ ପୁରୋହିତ ଓ ଓକିଲ ରାଣା ପଧାନ ବାଞ୍ଜିପାଲି ପହଞ୍ଚିଥିଲେ। ଖପ୍ରାଖୋଲ ବିଡିଓ ତରଣୀ ସୁନା ଖବର ପାଇ ସେ ମଧ୍ୟ ଶବ ସତ୍କାର ପାଇଁ ପହଞ୍ଚିଥିଲେ। ନିଜେ ବିଡିଓ ଶ୍ରୀ ସୁନା ଶବକୁ କାନ୍ଧ ଦେଇଥିଲେ। ତାଙ୍କୁ ସାମ୍ବାଦିକ ଶ୍ରୀ ପୁରୋହିତ, ସମାଜସେବୀ ତଥା ଓକିଲ ଶ୍ରୀ ପଧାନ ଏବଂ ଗ୍ରାମର ଅନ୍ୟ ଜଣେ ବ୍ୟକ୍ତି ଚତୁର୍ଭୁଜ କୁମ୍ଭାର ସହାୟତା କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ଅଭୟ ତ୍ରିପାଠୀ,ଶେଷ ପୁଟେଲ. ଶିବ ରଣା, ୟୁଶୁବ ମହମ୍ମଦ, ଶୁଭମୟ ମିଶ୍ର, ଭାଗବତିଆ ବାଗ ପ୍ରମୁଖ ଏଥିରେ ସାମିଲ୍‌ ହୋଇଥିଲେ ା ବିଡିଓ ଶ୍ରୀ ସୁନା ଏବଂ ଅନ୍ୟମାନଙ୍କର ଏହି ମହତ କାର୍ଯ୍ୟକୁ ସାଧାରଣରେ ଉଚ୍ଚ ପ୍ରଶଂସା କରାଯାଇଛି।

By amfnews

Related Post