Mon. Oct 19th, 2026

ସରକାରଙ୍କର ୧. ୪୭ ଲକ୍ଷ କୋଟି ଟଙ୍କା ଦେୟ ବକେୟା ରଖିଥିବା ଟେଲିକମ୍‌ କମ୍ପାନିଙ୍କୁ ସୁପ୍ରିମ୍‌ କୋର୍ଟଙ୍କ ଭର୍ତ୍ସନା

230 Views

ନୂଆଦିଲ୍ଲୀ : ସରକାରଙ୍କର ୧. ୪୭ ଲକ୍ଷ କୋଟି ଟଙ୍କା ଦେୟ ବକେୟା ରଖିଥିବା ଟେଲିକମ୍‌ କମ୍ପାନିଙ୍କୁ ସୁପ୍ରିମ୍‌ କୋର୍ଟ ଆଜି ଭର୍ତ୍ସନା କରିଛନ୍ତି। ଜାନୁଆରି ୨୭ ତାରିଖ ସୁଦ୍ଧା ବକେୟା ପରିଶୋଧ କରିବାକୁ ପୂର୍ବରୁ ଅଦାଲତ ଆଦେଶ ଦେଇଥିଲେ। ଅଦାଲତଙ୍କ ଆଦେଶ ପାଳନ ନ କରାଯିବାର କାରଣ ଦର୍ଶାଇବାକୁ ଟେଲିକମ୍‌ କମ୍ପାନିମାନଙ୍କର ଶୀର୍ଷସ୍ତରୀୟ ଅଧିକାରୀମାନଙ୍କୁ ସୁପ୍ରିମ୍‌ କୋର୍ଟ ଡକାଇଛନ୍ତି।

ଜଷ୍ଟିସ ଅରୁଣ ମିଶ୍ରଙ୍କ ନେତୃତ୍ୱାଧୀନ ସୁପ୍ରିମ୍‌ କୋର୍ଟଙ୍କ ଖଣ୍ଡପୀଠ ସେମାନଙ୍କୁ ଚେତାବନୀ ମଧ୍ୟ ଦେଇଛନ୍ତି। ଖଣ୍ଡପୀଠ କହିଛନ୍ତି ଯେ ଅଦାଲତଙ୍କ ଆଦେଶ ପାଳନରେ ଅସହଯୋଗ କରୁଥିବା କମ୍ପାନି ଓ ସରକାରୀ କର୍ମଚାରୀଙ୍କ ବିରୋଧରେ ଅଦାଲତ ଅବମାନନା ମାମଲା ଆରମ୍ଭ କରାଯିବ।

ଖଣ୍ଡପୀଠ ବିରକ୍ତି ପ୍ରକାଶ କରି କହିଲେ ଯେ କିଏ ଏଭଳି ବିଶୃଙ୍ଖଳା କରୁଛି, ଜାଣୁନା। ଦେଶରେ କ’ଣ ଆଇନକାନୁନ ନାହିଁ। ଏ ଦେଶରେ ନ ରହି ଚାଲିଯିବା ବଂର ଭଲ।

ମାର୍ଚ ୧୭ ତାରିଖ ଦିନ ହାଜର ହେବାକୁ ସୁପ୍ରିମ୍‌ କୋର୍ଟ ଭାରତୀ ଏୟାର୍‌ ଟେଲ୍‌, ଭୋଡା ଫୋନ୍‌, ଏମ୍‌ଟିଏନ୍‌ଏଲ୍‌, ବିଏସ୍‌ଏନ୍‌ଏଲ୍‌, ରିଲାଏନ୍‌ସ୍‌ କମ୍ୟୁନିକେସନ୍‌, ଟାଟା ଟେଲିକମ୍ୟୁନିକେସନ୍‌ ଏବଂ ଅନ୍ୟମାନଙ୍କୁ ଆଦେଶ ଦେଇଛନ୍ତି।

By amfnews

Related Post