Sun. Apr 26th, 2026

ସମୟ ସକାଳ ୧୦ଟା ୪୦: ସ୍କୁଲ୍‌ରେ ସାର୍‌ ନାହାନ୍ତି

270 Views

ଭୁବନେଶ୍ୱର :  ସମୟ ସକାଳ ୧୦ଟା ୪୦ ମିନିଟ୍‌। ସ୍ଥାନ ବାଲିଅନ୍ତା ବ୍ଲକ ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟ। ୧୦ଟା ଅତିକ୍ରାନ୍ତ କରି ସାରିଥିବା ସତ୍ତ୍ୱେ କାର୍ଯ୍ୟାଳୟ ଥିଲା ଖାଁ ଖାଁ। ଖାଲି ପଡ଼ିଥିଲା ସିଟ୍‌। ଶିକ୍ଷକମାନଙ୍କ ପାଦ ପଡ଼ି ନ ଥିଲା ସ୍କୁଲରେ।  ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ଦାସ ଆଜି ସ୍ଥିତି ପରଖିବାକୁ ଅଚାନକ ବାଲିପାଟଣା ବ୍ଲକ ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟ ଗସ୍ତ କରିଥିଲେ। ହେଲେ ଯେଉଁ ବାସ୍ତବ ଚିତ୍ର ଦେଖିବାକୁ ପାଇଲେ , ତାହାକୁ ସହଜେ ବିଶ୍ୱାସ କରି ପାରିଲେନି। ରାଜଧାନୀ ନାକ ତଳେ ଶିକ୍ଷା ବ୍ୟବସ୍ଥା ଏପରି ଚାଲୁଥିବା ବେଳେ ଦୁର୍ଗମ ଅଞ୍ଚଳରେ ସ୍ଥିତି କିପରି ଥିବ ତାହା ସହଜେ ଅନୁମେୟ।

ଆଜି ମନ୍ତ୍ରୀ ଦାସ ଭୁବନେଶ୍ୱର ଉପକଣ୍ଠ ବାଲିଅନ୍ତା ବ୍ଲକ ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟରେ ପହଞ୍ଚିଥିଲେ। ସେତେବେଳକୁ  କେବଳ ୨ଜଣ କର୍ମଚାରୀଙ୍କୁ ଛାଡ଼ିଦେଲେ ଅଫିସରେ କୌଣସି ଅଧିକାରୀ ଉପସ୍ଥିତ ନ ଥିଲେ। ଅନୁପସ୍ଥିତ କର୍ମଚାରୀଙ୍କୁ କାରଣ ଦର୍ଶାଅ ନୋଟିସ ସହ ଦିନକର ଦରମା କାଟ ନିର୍ଦ୍ଦେଶ ଦେଇଛନ୍ତି ମନ୍ତ୍ରୀ ।  କାହିଁକି ନିର୍ଦ୍ଧାରିତ ସମୟରେ ଅଧିକାରୀ ଓ କର୍ମଚାରୀ ଅଫିସ ଆସୁନାହାନ୍ତି । ସେନେଇ କାରଣ ଦର୍ଶାଅ ନୋଟିସ ହୋଇଛି ।

ଏହାପରେ ମନ୍ତ୍ରୀ ନୂଆପାଟଣା ୟୁପି ସ୍କୁଲ, ପ୍ରତାପ ଶାସନ ହାଇସ୍କୁଲ ଯାଇ ଶିକ୍ଷକଙ୍କ ଉପସ୍ଥାନ ଯାଞ୍ଚ କରିବା ସହ ଛାତ୍ରଛାତ୍ରୀଙ୍କ ସହ ପାଠପଢା ନେଇ ଆଲୋଚନା କରିଥିଲେ । ଏହି ପରିଦର୍ଶନ ବେଳେ ପ୍ରତାପ ଶାସନ ହାଇସ୍କୁଲ ପ୍ରଧାନ ଶିକ୍ଷୟିତ୍ରୀଙ୍କୁ ମଧ୍ୟ କାରଣ ଦର୍ଶାଅ ନୋଟିସ କରିଛନ୍ତି ମନ୍ତ୍ରୀ।

By amfnews

Related Post