Mon. Oct 5th, 2026

ସମ୍ବଲପୁର: ମନ୍ତ୍ରୀ ସୂର୍ଯ୍ୟ ପାତ୍ରଙ୍କୁ ଆଇନଜୀବୀଙ୍କ କଳାପତାକା ପ୍ରଦର୍ଶନ

555 Views


ସୂଚନାଯୋଗ୍ୟ ଯେ ଦୀର୍ଘଦିନ ହେବ ସମ୍ବଲପୁରର ଆଇନଜୀବୀମାନେ ହାଇକୋର୍ଟର ସ୍ଥାୟୀ ବେଞ୍ଚ ପ୍ରତିଷ୍ଠା ଦାବିରେ ଆନ୍ଦୋଳନ ଚଳାଇଥିଲେ ମଧ୍ୟ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ଏ ଦିଗରେ କର୍ଣ୍ଣପାତ କରୁ ନ ଥିବା ପ୍ରତିବାଦରେ ମନ୍ତ୍ରୀମାନଙ୍କ ଗସ୍ତ ସମୟରେ ବିରୋଧ ପ୍ରଦର୍ଶନ କରିଯିବ ବୋଲି ଆଇନଜୀବୀ ସଂଘ ଘୋଷଣା କରିଥିଲେ। ତେବେ ଆଜି ଆରଡିସି ସ୍ତରୀୟ ଧାନ ସଂଗ୍ରହ ନେଇ ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ ବୈଠକ ହେବା ପାଇଁ ସ୍ଥିର ହୋଇଥିଲା। ଏଥିରେ ମନ୍ତ୍ରୀ ସୂର୍ଯ୍ୟପାତ୍ର ଯୋଗ େଦେବେ ବୋଲି ସ୍ଥିର ହୋଇଥିିଲା ତେବେ ଗତକାଲି ମନ୍ତ୍ରୀ ସୂର୍ଯ୍ୟପାତ୍ରଙ୍କୁ ଗସ୍ତକୁ ବିରୋଧ କରାଯିବ ବୋଲି ଆଇନଜୀବୀ ସଂଘ ଘୋଷଣା କରିଥିଲା। । ତେଣୁ ଆଇନଜୀବୀମାନଙ୍କ ପ୍ରତିବାଦକୁ ଆଖି ଆଗରେ ରଖି ଏହାକୁ ବୁର୍ଲାସ୍ଥିତ ଏମସିଏଲ ସମ୍ମିଳନୀ କକ୍ଷକୁ ସ୍ଥାନାନ୍ତର କରାଯାଇଥିଲା। ତେବେ ଏହା ଜାଣି ଆଇନଜୀବୀମାନେ ବୁର୍ଲାରେ ପହଞ୍ଚି ମନ୍ତ୍ରୀ ଶ୍ରୀ ପାତ୍ରଙ୍କୁ ବିରୋଧ କରିବା ସହିତ କଳାପତାକା ପ୍ରଦର୍ଶନ କରିଛନ୍ତି।

By amfnews

Related Post