Fri. Apr 24th, 2026

ସମ୍ବଲପୁରରେ ହାଇକୋର୍ଟ ତାତି; ଆଗକୁ ଆନ୍ଦୋଳନ ତୀବ୍ରତର ହେବ

183 Views

ସମ୍ବଲପୁର : ସମ୍ବଲପୁରରେ ହାଇକୋର୍ଟ ସ୍ଥାୟୀ ବେଞ୍ଚ ପ୍ରତିଷ୍ଠା ଦାବିରେ ପଶ୍ଚିମ ଓଡ଼ିଶା ନାଗରିକ କ୍ରିୟାନୁଷ୍ଠାନ କମିଟି ଓ ପଶ୍ଚିମ ଓଡ଼ିଶା ଓକିଲ ସଂଘ କେନ୍ଦ୍ରୀୟ କ୍ରିୟାନୁଷ୍ଠାନ କମିଟିର ୩ ଦିନିଆ ଆନ୍ଦୋଳନ ଗତକାଲିଠାରୁ ଆରମ୍ଭ ହୋଇଯାଇଛି।ଏହି ଆନ୍ଦୋଳନ ଆାସନ୍ତାକାଲି ଯାଏଁ ଚାଲିବ ।

ଏହି ସମୟରେ ସମସ୍ତ ସରକାରୀ କାର୍ଯ୍ୟାଳୟ ବନ୍ଦ ରଖିବାକୁ କମିଟି ଆହ୍ୱାନ ଦେଇଛି । ଗତକାଲି ସମ୍ବଲପୁରରେ ସବୁ ସରକାରୀ ଓ ଘରୋଇ ଅଫିସ, ବ୍ୟାଙ୍କ ଓ ବୀମା କାର୍ଯ୍ୟାଳୟ ବନ୍ଦ ରହିଥିଲା । କଚେରୀ ଛକରେ ଆନ୍ଦୋଳନକାରୀ ବସି ରହିବାରୁ ବିଚାରପତିମାନେ କୋର୍ଟକୁ ଯାଇ ନ ପାରି ଫେରି ଯାଇଥିଲେ।

ହାଇକୋର୍ଟ ବେଞ୍ଚ ସ୍ଥାପନ ଲାଗି ରାଜ୍ୟ ସରକାର ଗଠନ କରିଥିବା ଉଚ୍ଚସ୍ତରୀୟ ଅନ୍ତଃ ବିଭାଗୀୟ କମିଟିକୁ କ୍ରିୟାଶୀଳ କରାଯାଇନଥିବାରୁ କେନ୍ଦ୍ରୀୟ କ୍ରିୟାନୁଷ୍ଠାନ କମିଟି ଉଦ୍‌ବେଗ ପ୍ରକାଶ କରିଛି।  ସରକାର ଦାବି ପୂରଣ ପାଇଁ ଠୋସ୍ ପଦକ୍ଷେପ ନନେଲେ ଆଗକୁ ଆନ୍ଦୋଳନ ତୀବ୍ର ହେବ ବୋଲି ଚେତାବନୀ ଦିଆଯାଇଛି ।

By amfnews

Related Post