Fri. Sep 11th, 2026

ସମ୍ପ୍ରସାରିତ ହେଉଛି ପୃଥିବୀର ଚୁମ୍ବକୀୟ କ୍ଷେତ୍ରର ଭଉଁରି; ସାଟେଲାଇଟ୍‌ ଓ ଦିଗବାରେଣୀ ନଷ୍ଟ ହୋଇପାରେ ବୋଲି ସତର୍କ ସୂଚନା ଜାରିକଲା ନାସା

324 Views

ନୂଆଦିଲ୍ଲୀ: ପୃଥିବୀ ପୃଷ୍ଠକୁ ଆବୃତ କରି ସୂର୍ଯ୍ୟ ରଶ୍ମି ବିକିରଣରୁ ନିରାପଦ ରଖିଥିବା ଚୁମ୍ବକୀୟ କ୍ଷେତ୍ରରେ ଥିବା ଭଉଁରିଟି ପ୍ରସାରିତ ହେଉଥିବାରୁ ବୈଜ୍ଞାନିକମାନେ ଚିନ୍ତାବ୍ୟକ୍ତ କରିଛନ୍ତି। ଏକ ରିପୋର୍ଟରେ ନାସା କହିଛି, କୃତ୍ରିମ ଉପଗ୍ରହ, ମହାକାଶ ଅଭିଯାନ ଏବଂ ଦିଗବାରେଣୀ ଉପରେ ଚୁମ୍ବକୀୟ ଆବରଣ ସମ୍ପ୍ରସାରଣର ସୁଦୂରପ୍ରସାରୀ ପ୍ରଭାବ ପଡ଼ିବ।

କେତେ ଦଶନ୍ଧି ଧରି ଦକ୍ଷିଣ ଆମେରିକା ଏବଂ ଦକ୍ଷିଣ ଆଟଲାଣ୍ଟିକ୍ ସାଗର ଉପରେ ଥିବା ‘ସାଉଥ୍ ଆଟ୍‌ଲାଣ୍ଟିକ୍ ଆନୋମେଲି’ ନାମକ ଭଉଁରିଟି ସମ୍ପ୍ରତି ପ୍ରସରୀ ଯାଉଛି। ପୃଥିବୀ ଉପରେ ଏହାର କୌଣସି ପ୍ରଭାବ ନ ପଡ଼ିଲେ ବି, ମହାକାଶରେ ଥିବା ଦିଗବାରେଣୀ ବ୍ୟବସ୍ଥାରେ ବିଶୃଙ୍ଖଳା ସୃଷ୍ଟି କରିବ।

ଭଉଁରିଟି ଥିବା ସେ ଚୁମ୍ବକୀୟ କ୍ଷେତ୍ର ପୃଥିବୀକୁ ସୂର୍ଯ୍ୟ କଣିକା ବିକିରଣରୁ ସୁରକ୍ଷା ଦିଏ। ଭଉଁରି ‘ସାଉଥ୍ ଆଟ୍‌ଲାଣ୍ଟିକ୍ ଆନୋମେଲି’ ପ୍ରସରୀ ଯାଉଥିବାରୁ ଏହାର ଦୁର୍ବଳ ସ୍ଥାନ‌ ବାଟେ ସୂର୍ଯ୍ୟରୁ ରଶ୍ମିରୁ କ୍ଷତିକାରୀ ବିକିରଣ ପୃଥିବୀ ପୃଷ୍ଠଯାଏଁ ଚାଲିଆସୁଛି।

ୟୁରୋପିଆନ୍ ସ୍ପେସ୍‌ ଏଜେନ୍‌ସି ରିପୋର୍ଟ ଅନୁସାରେ, ଗତ ୨୦୦ ବର୍ଷ ହେବ ଏହି ଚୁମ୍ବକୀୟ କ୍ଷେତ୍ର ୯% ସାମର୍ଥ୍ୟ ହରାଇଛି।

By amfnews

Related Post