Mon. Aug 24th, 2026

ସମୁଦ୍ରରେ ଗାଧୋଇବା ପାଇଁ ପିଲାକୁ କାର ଭିତରେ ଲକ୍‌ କରି ପଳାଇଲେ ବାପା-ମା,ଲକ୍ ଭାଙ୍ଗି ବାହାର କଲା ପୁଲିସ୍

207 Views

ଜଳେଶ୍ୱର : କୁହାଯାଏ ଦୁନିଆରେ ଯଦି ପିଲାକୁ କେହି କେହି ନିଃସ୍ୱାର୍ଥ ଭାବେ ଭଲପାଆନ୍ତି ଓ ଯତ୍ନ ନିଅନ୍ତି ସେ ହେଉଛନ୍ତି ବାପାମା। ଦରକାର ପଡ଼ିଲେ ବାପାମା ନିଜ ପିଲା ପାଇଁ ଜୀବନ ବି ଦେଇପାରନ୍ତି। କିନ୍ତୁ ଏବେ ଯେଉଁ ଘଟଣା ସାମ୍ନାକୁ ଆସିଛି ତାହା ଅତ୍ୟନ୍ତ ସମ୍ବେଦନଶୀଳ। ନିଜର ସୌକ ପାଇଁ ଜଣେ ଛୋଟ ପିଲାକୁ ବାପାମା କେମିତି ବିପଦମୁହଁକୁ ଠେଲି ଦେଇପାରନ୍ତି ତାର ଏକ ନଗ୍ନ ଚିତ୍ର ଦିଘାରୁ ଆସିଛି।

ସମୁଦ୍ରରେ ଉଭୟ ସ୍ୱାମୀସ୍ତ୍ରୀ ଗାଧୋବା ପାଇଁ ନିଜ ପିଲାକୁ କାର୍‌ ଭିତରେ ଅତି ବିପଦପୂର୍ଣ୍ଣଭାବେ ଲକ୍ କରି ପଲାଇ ଥିଲେ। ପିଲାଟି ଅଣନିଶ୍ୱାସୀ ହୋଇ ଛଟପଟ ହେବାରୁ କାର କାଛ ଭଙ୍ଗାଯାଇ ତାକୁ ଉଦ୍ଧାର କରାଯାଇଛି। ପିଲାଟିର ବୟସ ୫ ବର୍ଷ ହେବ। ଅଳ୍ପକେ ତାର ଜୀବନ ବଞ୍ଚିଯାଇଛି।

ସୂଚନା ଅନୁସାରେ ପଶ୍ଚିମବଙ୍ଗ କାମାରଗାଛି ଅଞ୍ଚଳର ସ୍ୱାମୀ ସ୍ତ୍ରୀ ନିଜ ୫ବର୍ଷର ଶିଶୁକୁ ନେଇ ଦୀଘା ବୁଲିବା ପାଇଁ ଆସିଥିଲେ। ତେବେ ବିଚରେ ଗାଡିକୁ ପାର୍କିଂ କରିବା ସହ ଶିଶୁଟିକୁ ଗାଡ଼ି ଭିତରେ ଲକ୍ କରି ଉଭୟେ ସମୁଦ୍ରକୁ ଗାଧୋଇବା ପାଇଁ ଚାଲି ଯାଇଥିଲେ। କିଛି ସମୟ ପରେ ଶିଶୁଟି ଗାଡ଼ି ଭିତରେ କାନ୍ଦୁଥିବା ସ୍ଥାନୀୟ ପର୍ଯ୍ୟଟକ ଦେଖିଥିଲେ। ଏନେଇ ପୁଲିସକୁ ଜଣାଇଥିଲେ। ଖବର ପାଇ ପୁଲିସ କାର୍ର ଲକ୍କୁ ଭାଙ୍ଗି ଶିଶୁଟିକୁ ଉଦ୍ଧାର କରିଥିଲା। ଶିଶୁଟିର ଶ୍ୱାସରୁଦ୍ଧ ହୋଇ ପଡ଼ିଥିଲା। ତାକୁ ମେଡିକାଲରେ ଭର୍ତ୍ତି କରାଯାଇଥିଲା। ଏହି ଘଟଣା ନେଇ ଶିଶୁର ବାପା ମାଆଙ୍କୁ ଥାନାରେ ଅଟକ ରଖିଥିଲା ପୁଲିସ୍। ପରେ ଲିଖିତ ପ୍ରତିଶ୍ରୁତି ପରେ ସେମାନଙ୍କୁ ପୁଲିସ ଛାଡ଼ିଥିଲା।

By amfnews

Related Post