Thu. Jul 2nd, 2026

ସମାଜର ବୃହତର ସ୍ୱାର୍ଥ ସାଧନ ସାହିତ୍ୟର ମୂଳଲକ୍ଷ

297 Views

ଯାଜପୁର,୩/୧ : ପଛରେ ପଡିଥିବା ମଣିଷ, ଦଃୁଖୀ ଓ ଦଃୁସ୍ଥ ମଣିଷଙ୍କ ସ୍ୱାର୍ଥରକ୍ଷା ପାଇଁ ସୃଷ୍ଟି ହୋଇଥିବା ସାହିତ୍ୟ ସର୍ବଦା ସଫଳ ସାହିତ୍ୟ ହୋଇଛି । ସାହିତ୍ୟ ଜରିଆରେ ଦଃୁଖୀ ମଣିଷଙ୍କ ସ୍ୱର ସଶକ୍ତ ଓ ଉଜ୍ଜିବିତ ହୋଇଥାଏ । ଏହାଦ୍ୱାରା ସମାଜର ବୃହତର ସ୍ୱାର୍ଥ ରକ୍ଷା ହୋଇଥାଏ ଏବଂ ସାହିତ୍ୟର ଏହା ମୂଳ ଲକ୍ଷ । ଯାଜପୁର ଜିଲ୍ଲାର ଧର୍ମଶାଳା ବ୍ଲକ ଜେନାପୁର ଥାନା ଅନ୍ତର୍ଗତ କଠୌଣି ମଠରେ ମଙ୍ଗଳବାର ଅନୁଷ୍ଠିତ ବୈଠକରେ ଏହି ମତ ପ୍ରକାଶ ପାଇଛି ।

ବଣମଲ୍ଲୀ ସାହିତ୍ୟ ଓ ସେବା ସଂଗଠନ ବୃନ୍ଦାଦେଇପୁର ତରଫରୁ ଅନୁଷ୍ଠିତ ହୋଇଥିବା ଏହି ବୈଠକରେ ସାଂଗଠନିକ କାର୍ଯ୍ୟକ୍ରମ ନେଇ ବିସ୍ତୁତ ଆଲୋଚନା ହୋଇଥିଲା । ଏହାସହ ବ୍ୟଙ୍ଗ କବିତାର ସ୍ଥିତି ଏବଂ ଆବଶ୍ୟକତା ନେଇ ମଧ୍ୟ ଆଲୋଚନା ହୋଇଥିଲା । ସାହିତ୍ୟ ସାଧନା ସହ ଆଖପାଖ ପ୍ରତ୍ୟେକ ଗାଁରେ ଲୋକଙ୍କ ସମସ୍ୟା ସହ ସଂଗଠନ ଜଡିତ ରହିବା ନେଇ ଗୁରୁତ୍ୱାରୋପ କରାଯାଇ ଥିଲା ।

ନିର୍ମାଲ୍ୟ କୁମାର ପ୍ରଧାନଙ୍କ ସଭାପତିତ୍ୱରେ ଅନୁଷ୍ଠିତ ବୈଠକରେ ସମ୍ପାଦକ ସରୋଜ କୁମାର ବେହେରା, ଉପଦେଷ୍ଠା ସରୋଜ କୁମାର ସାହୁ, ସଂଜୟ କୁମାର ଦାସ, ପଦ୍ମନାଭ ଶତପଥୀ, ସହସଂପାଦକ ଜୟଦେବ ଶତପଥୀ, ସଭ୍ୟ ଅନିମେଶ ପଟ୍ଟନାୟକ, ରୁଦ୍ର ନାରାୟଣ ଓଝା, ନାରାୟଣ ସ୍ୱାଇଁ ,ଦୀପକ ରାଉତ. କାଶୀନାଥ ଜେନା ପ୍ରମୁଖ ଆଲୋଚନାରେ ଅଂଶ ଗ୍ରହଣ କରିଥିଲେ ।

By amfnews

Related Post