Sat. Jun 13th, 2026

ସବ୍ୟସାଚୀ ପଣ୍ଡାଙ୍କୁ ଝଟକା: ଜାମିନ ଆବେଦନ ସୁପ୍ରିମକୋର୍ଟରେ ନାମଞ୍ଜୁର

523 Views

ନୂଆଦିଲ୍ଲୀ:ନୟାଗଡ଼ ଥାନା ଆକ୍ରମଣ ଘଟଣାରେ ମାଓ ନେତା ସବ୍ୟସାଚୀ ପଣ୍ଡାଙ୍କୁ ବଡ଼ ଝଟକା ଲାଗିଛି। ଆଜି ସୁପ୍ରିମକୋର୍ଟର ବିଚାରପତି ଜଷ୍ଟିସ ଏନ ଭି ରମନ୍ନା ଓ ଜଷ୍ଟିସ ଦୀପକ ଗୁପ୍ତାଙ୍କୁ ନେଇ ଗଠିତ ବେଞ୍ଚ ସବ୍ୟସାଚୀ ପଣ୍ଡାଙ୍କ ଜାମିନ ଆବେଦନକୁ ଖାରଜ କରି ଦେଇଛନ୍ତି।
ସୂଚନାଯୋଗ୍ୟ ଯେ ନୟାଗଡ଼ ଥାନା ଆକ୍ରମଣ ଘଟଣାରେ ଗିରଫ ହୋଇ ଜେଲରେ ଥିବା ସବ୍ୟସାଚୀ ପଣ୍ଡାଙ୍କ ଜାମିନ ଆବେଦନକୁ ଆଡିସନାଲ ସେସନ୍ସ କୋର୍ଟ ୨୦୧୭ ମସିହାରେ ନାମଞ୍ଜୁର କରି ଦେଇଥିଲେ। ନିମ୍ନ ଅଦାଲତଙ୍କ ଏହି ରାୟ ବିରୋଧରେ ହାଇକୋର୍ଟ ଯାଇଥିିବା ସବ୍ୟସାଚୀ ପଣ୍ଡାଙ୍କ ଆବେଦନକୁ ହାଇକୋର୍ଟ ଖାରଜ କରଦେଇଥିଲେ। ଶ୍ରୀ ପଣ୍ଡାଙ୍କ ଜାମିନ ଆବେଦନକୁ ୨୦୧୮ ମସିହାରେ ଓଡ଼ିଶା ହାଇକୋର୍ଟ ନାମଞ୍ଜୁର କରି ଦେଇଥିଲା। ହାଇକୋର୍ଟଙ୍କ ଏହି ରାୟ ବିରୋଧରେ ଶ୍ରୀ ପଣ୍ଡା ସୁୁପ୍ରିମକୋର୍ଟରେ ଆବେଦନ କରିବା ସହିତ ଜାମିନ ପାଇଁ ମଧ୍ୟ ଆବେଦନ କରିଥିଲେ। ମାତ୍ରଆଜିଏହି ମାମଲାର ଶୁଣାଣି କରି ଜଷ୍ଟିସ ଏନ ଭି ରମନ୍ନା ଓ ଜଷ୍ଟିସ ଦୀପକ ଗୁପ୍ତାଙ୍କୁ ନେଇ ଗଠିତ ବେଞ୍ଚ୍‌ ଶ୍ରୀ ପଣ୍ଡାଙ୍କ ଜାମିନ ଆବେଦନକୁ ଖାରଜ କରି ଦେଇଛନ୍ତି।

By amfnews

Related Post