Tue. Oct 13th, 2026
323 Views

ଭୁବନେଶ୍ବର : ଜୁନ୍ ମାସରେ ପ୍ରତି ଶନିବାର ଓ ରବିବାରରେ ୧୧ଟି ଜିଲ୍ଲାରେ ସଟ୍‌ଡାଉନ୍ ଘୋଷଣା କରାଯାଇଛି। ଏହି ସମୟରେ ବସ୍‌ ଚଳାଚଳ ଅବ୍ୟାହତ ରହିବ। ‌ଯାତ୍ରୀମାନେ ବସ୍‌ଷ୍ଟାଣ୍ଡ୍‌ରୁ ସେମାନଙ୍କର ଗନ୍ତବ୍ୟସ୍ଥଳ କିମ୍ବା ସେଠାରୁ ବସ୍‌ଷ୍ଟାଣ୍ଡ୍‌କୁ ଆସିବା‌ ପାଇଁ ବ୍ୟବହାର କରୁଥିବା ଯାନବାହନକୁ କଟକଣାମୁକ୍ତ ରଖାଯାଇଥିବାରୁ ବସ୍‌ ଚଳାଚଳ ଜାରି ରହିବ ବୋଲି ଘ‌େରାଇ ବସ୍‌ ମାଲି ସଂଘ ପକ୍ଷରୁ କୁହାଯାଇଛି। ସେହିପରି ସନ୍ଧ୍ୟା ୭ଟାରୁ ଭୋର୍‌ ୫ଟା ପର୍ଯ୍ୟନ୍ତ ରାତ୍ରୀକାଳୀନ କର୍ଫ୍ୟୁ ସମୟରେ ମଧ୍ୟ ବସ୍ ଚଳାଚଳ ଜାରି ରହିଛି। ତେଣୁ ଯାତ୍ରୀମାନେ କୌଣସି ଦ୍ବନ୍ଦ୍ବ ନ ରଖି ବସ୍‌ରେ ଯାତାୟତ କରିପାରିବେ ବୋଲି ସଂଘର ମୁଖପାତ୍ର ଦେବାଶିଷ ନାୟକ କହିଛନ୍ତି। ବସ୍‌ଗୁଡ଼ିକ ଦୈନିକ ଦୁଇ ଥର ବିଶୋଧନ କରାଯାଉଛି। ଯାତ୍ରୀମାନେ ବସ୍‌ରେ ଯାତ୍ରା କଲା ବେଳେ ମାସ୍କ ବ୍ୟବହାର ବାଧ୍ୟତାମୂଳକ ବୋଲି ଶ୍ରୀ ନାୟକ କହିଛନ୍ତି।

By amfnews

Related Post