Wed. Sep 23rd, 2026

ସଚିନଙ୍କ ହାପି ୱାଲା ବାର୍ଥ୍ ଡେ

450 Views

କିମ୍ବଦନ୍ତୀ ବ୍ୟାଟ୍ସମ୍ୟାନ ତଥା କ୍ରିକେଟର ଭଗବାନ ରୂପେ ପରିଚିତ ସଚିନ ତେନ୍ଦୁଲକର ମଙ୍ଗଳବାର ୪୫ ବର୍ଷରେ ପଦାର୍ପଣ କରିଛନ୍ତି। ଏହି ଅବସରରେ ସଚିନ ପରିବାରବର୍ଗ, ବନ୍ଧୁ ଓ ସାଥୀ ଖେଳାଳିଙ୍କ ପାଇଁ ବମ୍ବେର ଏକ ରେଷ୍ଟୁରାଣ୍ଟରେ ପ୍ରି-ବାର୍ଥ ଡେ’ ପାର୍ଟି ଆୟୋଜନ କରିଥିଲେ। ଯେଉଁଥିରେ ପତ୍ନୀ ଅଞ୍ଜଳୀ, ଝିଅ ସାରା, ଭାଇ ଅଜିତ୍‌ଙ୍କ ସମେତ ପ୍ରାକ୍ତନ ସାଥୀ ଖେଳାଳି ବିନୋଦ କାମ୍ବଲୀ, ଜାହିର ଖାଁ, ଅଜିତ୍‌ ଅଗରକର ପ୍ରମୁଖଙ୍କ ଗହଣରେ କେକ୍‌ କାଟି ଜନ୍ମଦିନ ପାଳନ କରିଛନ୍ତି। ସେହିଭଳି ସଚିନଙ୍କ ନିକଟକୁ ଏହି ଅବସରରେ କ୍ରିକେଟଜଗତ ସମେତ ଚାରିଆଡ଼ୁ ଶୁଭେଚ୍ଛାର ସୁଅ ଛୁଟିବାରେ ଲାଗିଛି। କ୍ରିକେଟର ମୂରଲୀ ବିଜୟ, ହରଭଜନ ସିଂ, ରବିନ୍ଦନ୍ଦ୍ରନ ଅଶ୍ୱିନ, ଅମିତ୍‌ ମିଶ୍ର, ଇର୍ଫାନ ପଠାନ, ଅଜିଙ୍କ୍ୟା ରାହାଣେ, ଯୁବରାଜ ସିଂ, ଭିଭିଏସ୍‌ ଲକ୍ଷ୍ମଣ, ସୁରେଶ ରାଇନା, ଲୋକେଶ ରାହୁଲ ପ୍ରମୁଖ ଟୁଇଟ୍‌ କରି ସଚିନଙ୍କୁ ଜନ୍ମଦିନ ଶୁଭେଚ୍ଛା ଜଣାଇଛନ୍ତି। ସେହିଭଳି ନିଜର ନିଆରା ଟୁଇଟ୍‌ ପାଇଁ ପରିଚିତ ଥିବା ବୀରେନ୍ଦ୍ର ସେହ୍ବାଗ ମଧ୍ୟ ତେନ୍ଦୁଲକରଙ୍କୁ ଶୁଭେଚ୍ଛା ଜଣାଇବାକୁ ଭୁଲି ନାହାନ୍ତି। ‘ଓ୍ବ ସିର୍ଫ ଏକ୍‌ କ୍ରିକେଟର୍‌ ନେହିଁ, ଦୁନିୟା ହେ ମେରୀ’ ବୋଲି ସେହ୍ବାଗ୍‌ ଟୁଇଟ୍‌ରେ ଉଲ୍ଲେଖ କରିଛନ୍ତି।

By amfnews

Related Post