Sat. Sep 26th, 2026

ସଙ୍ଗୀତ ଆସର ଆୟୋଜନ କରି କଶ୍ମୀରର ତରୁଣ ପ୍ରତିଭାଧରଙ୍କୁ ସମ୍ମାନିତ କଲା ସେନାବାହିନୀ

319 Views

ଶ୍ରୀନଗର : ତରୁଣ ପ୍ରତିଭାଧରଙ୍କୁ ଉତ୍ସାହ ଦେବା ସହ ସମ୍ମାନ ଜଣାଇବାକୁ ଭାରତୀୟ ସେନାବାହିନୀ କଶ୍ମୀରରେ ଏକ ସଙ୍ଗୀତ ଆସର ଆୟୋଜନ କରିଥିଲା। ଏଥିରେ ପ୍ରସିଦ୍ଧ ‘ନୂରାନ୍‌ ଭଗିନୀ’ ଏବଂ ଅନ୍ୟାନ୍ୟ ସଙ୍ଗୀତ ଦଳ କାର୍ଯ୍ୟକ୍ରମ ପରିବେଷଣ କରି ଶ୍ରୋତାମାନଙ୍କୁ ଅଭିଭୂତ କରି ପକାଇଥିଲେ।

ଫେବ୍ରୁଆରି ୨୭ ତାରିଖ ଦିନ ଡାଲ୍‌ ହ୍ରଦ ନିକଟରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମ ସୁଫି ସଙ୍ଗୀତ, କଶ୍ମୀର ସଂସ୍କୃତି ଏବଂ ‘କଶ୍ମୀରୀୟାତ୍‌’ ପରିବେଶଣ କରାଯାଇଥିଲା।

‘ଚିନାର ୟୋଥ୍‌ କମ୍‌ ସୁଫି ଫେଷ୍ଟିଭାଲ୍‌ ୨୦୨୦’ ନାମକ ଏହି ଦୁଇଦିନିଆ ସାଂସ୍କୃତିକ କାର୍ଯ୍ୟକ୍ରମର ଆୟୋଜକ ହେଉଛନ୍ତି ଭାରତୀୟ ସେନା ବାହିନୀର ‘ଚିନାର କର୍ପସ୍‌’।

ଏହି ଅବସରରେ ଚିନାର କର୍ପସ୍‌ର କମାଣ୍ଡର୍‌ ଲେଫ୍‌ଟ୍‌ନାଣ୍ଟ୍‌ ଜେନେରାଲ୍‌ କେଜେଏସ୍‌ ଧିଲୋଁ କଶ୍ମୀରୀ ତରୁଣମାନଙ୍କୁ ବିଭିନ୍ନ ଉପଦେଶ ଦେଇଥିଲେ। କଠିନ ଶ୍ରମ କରିବା ସହ ବୟୋଜ୍ୟେଷ୍ଠ, ଶିକ୍ଷକ ଏବଂ ପିତାମାତାଙ୍କୁ ସମ୍ମାନ ଦେବା ନିମନ୍ତେ ସେ ତରୁଣମାନଙ୍କୁ କହିଛନ୍ତି।

ଏହି ଅବସରରେ କଳା, ସଂସ୍କୃତି ଓ କ୍ରୀଡ଼ା କ୍ଷେତ୍ରରେ କୃତିତ୍ୱ ଅର୍ଜନ କରିଥିବା ତରୁଣ କଶ୍ମୀରୀମାନଙ୍କୁ ମାନ୍ୟଗଣ୍ୟ ବ୍ୟକ୍ତିଙ୍କ ଉପସ୍ଥିତିରେ ସମ୍ମାନିତ କରାଯାଇଥିଲା।

By amfnews

Related Post