Fri. Apr 24th, 2026

ସକାଳ ୯ଟା ସୁଦ୍ଧା ବାଲେଶ୍ୱରରେ ୧୨.୧୧% ମତଦାନ

361 Views

ଭୁବନେଶ୍ବର: ସକାଳ ୯ଟା ସୁଦ୍ଧା ବାଲେଶ୍ୱର ନିର୍ବାଚନ ମଣ୍ଡଳୀରେ ୧୨.୧୧% ମତଦାତା ସେମାନଙ୍କର ମତଦାନ ଅଧିକାର ସାବ୍ୟସ୍ତ କରିଛନ୍ତି। ଏନେଇ ମୁଖ୍ୟ ନିର୍ବାଚନ ଅଧିକାରୀ ସୁନୀଲ କୁମାର ଲୋହାନୀ ସୂଚନା ଦେଇଛନ୍ତି। ମକପୋଲ୍ ସମୟରେ ଜଣାପଡ଼ିଥିବା ତ୍ରୁଟି ସୁଧୁରାଯାଇଛି ବୋଲି ମୁଖ୍ୟ ନିର୍ବାଚନ ଅଧିକାରୀ ସୂଚନା ଦେଇଛନ୍ତି। ବାଲେଶ୍ୱରରେ ଆଜି ୨ଲକ୍ଷ ୩୦ହଜାର ୨୯୭ ଜଣ ଭୋଟର ୩୪୬ଟି ବୁଥରେ ଭୋଟ ଦେଉଛନ୍ତି ।

ଅପରପକ୍ଷରେ ସକାଳ ୯ଟା ସୁଦ୍ଧା ତିର୍ତ୍ତୋଲରେ ସକାଳ ୭.୫୮% ମତଦାନ ହୋଇଥିବାର ସୂଚନା ମିଳିଛି। ଏଥିମଧ୍ୟରୁ ବିରିଡ଼ି ବ୍ଲକରେ ୬.୪%, ରଘୁନାଥପୁର ବ୍ଲକରେ ୬.୩% ଓ ତିର୍ତ୍ତୋଲ ବ୍ଲକରେ ୯.୧୫% ମତଦାନ ହୋଇଛି। ଏଠାରେ ମାତ୍ର ୧୭, ୯୯୮ଜଣ ମତଦାତା ସେମାନଙ୍କର ମତଦାନ ଅଧିକାର ସାବ୍ୟସ୍ତ କରିଛନ୍ତି। ଆଜି ତିର୍ତ୍ତୋଲରେ ୨ ଲକ୍ଷ ୩୯ ହଜାର ୧୫୩ ଜଣ ଭୋଟର ମତଦାନ କରିବେ। କରୋନା କଟକଣା ଭିତରେ ସହିତ ଜାରି  ରହିଛି ଭୋଟ ଗ୍ରହଣ। ମତଦାନ ସମୟରେ ଭୋଟରଙ୍କ ଧାଡି ମଧ୍ୟରେ ୬ ଫୁଟର ଦୂରତା ରଖାଯାଇଛି ।

By amfnews

Related Post