Wed. Sep 23rd, 2026

ସଂସଦର ଶୀତ ଅଧିବେଶନ: ପ୍ରଧାନମନ୍ତ୍ରୀ ମୋଦୀ କହିଲେ, ସବୁ ବିଷୟରେ ଖୋଲା କଥାବାର୍ତ୍ତା ଚାହୁଁ

349 Views

ନୂଆଦିଲ୍ଲୀ: ଆଜି ଆରମ୍ଭ ହେଉଥିବା ସଂସଦର ଶୀତକାଳୀନ ଅଧିବେଶନ ପୂର୍ବରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କହିଛନ୍ତି ଯେ ସବୁ ବିଷୟରେ ଖୋଲା କଥାବାର୍ତ୍ତା ନିମନ୍ତେ ନ୍ୟାସ୍‌ନାଲ୍‌ ଡେମୋକ୍ରେଟିକ୍‌ ଆଲିଏନ୍‌ସ୍‌ ପ୍ରସ୍ତୁତ।

ସାମ୍ବାଦିକମାନଙ୍କୁ ମୋଦୀ କହିଛନ୍ତି: ଆମେ ସବୁ ବିଷୟରେ ଖୋଲା କଥାବର୍ତ୍ତା ଚାହୁଁଛୁ। ବଡ଼ କଥା ହେଲା ଉନ୍ନତମାନର ତର୍କ, କଥୋପକଥନ ଏବଂ ଆଲୋଚନା ହେବା ଉଚିତ ଏବଂ ସଂସଦରେ ଆଲୋଚନାକୁ ସମୃଦ୍ଧ କରିବାକୁ ସଭିଙ୍କର ଅବଦାନ ରହିବା ଉଚିତ।

ପ୍ରଧାନମନ୍ତ୍ରୀ କହିଲେ ସବୁ ସାଂସଦ ସମର୍ଥନ କରିଥିବାରୁ ଗତ ପାର୍ଲାମେଣ୍ଟ ଅଧିବେଶନ ଅତି ଉତ୍ତମ ହୋଇଥିଲା। ସେ କହିଲେ, କେବଳ ସରକାର କିଂବା ଟ୍ରେଜରି ବେଞ୍ଚ୍‌ ନୁହେଁ ସମଗ୍ର ପାର୍ଲାମେଣ୍ଟ୍‌ ପାଇଁ ଏହାଥିଲା ଗୋଟାଏ କୃତିତ୍ୱ।

By amfnews

Related Post