Sun. Sep 6th, 2026

ସଂଧ୍ୟା ୬ଟାରେ ଶପଥ ଗ୍ରହଣ କରିବେ ୟେଦ୍ଦୁରପ୍ପା

224 Views

ବେଙ୍ଗାଲୁରୁ : କର୍ଣ୍ଣାଟକାରେ ମେଣ୍ଟ ସରକାର ଭାଙ୍ଗିବା ପରେ ସରକାର ଗଢ଼ିବା ନେଇ ଜାରି ରହିଥିବା ସସପେନ୍ସରେ ପୂର୍ଣ୍ଣଛେଦ ପକାଇଛି ବିଜେପି। ଆଜି ରାଜ୍ୟପାଳ ବାଜୁଭାଇ ବାଲାଙ୍କୁ ଭେଟି ବିଜେପି ବିଧାୟକ ବିଏସ୍ ୟେଦ୍ଦୁରପ୍ପା ସରକାର ଗଢ଼ିବା ପାଇଁ ଦାବି କରିଛନ୍ତି। ଏଥିସହ ଆଜି ସଂଧ୍ୟା ୬ଟାରେ ମୁଖ୍ୟମନ୍ତ୍ରୀ ଭାବରେ ଶପଥ ଗ୍ରହଣ କରିବେ ବୋଲି ସେ କହିଛନ୍ତି।

View image on Twitter
ବିଧାନସଭାରେ ତାଙ୍କ ଦଳ ବହୁମତ ସାବ୍ୟସ୍ତ କରିବ ବୋଲି ୟେଦ୍ଦୁରପ୍ପା ଦୃଢୋକ୍ତି ପ୍ରକାଶ କରିଛନ୍ତି। ଗତକାଲି ବିଦ୍ରୋହୀ ୧୫ ବିଧାୟକରୁ ୩ ବିଧାୟକଙ୍କୁ ବାଚସ୍ପତି ରମେଶ କୁମାର ଅଯୋଗ୍ୟ ଘୋଷଣା କରିବା ପରେ ଆଜି ବିଜେପି ସରକାର ଗଢ଼ିବା ପାଇଁ ଦାବି କରିଛି।

ଅନ୍ତିମ ଥର ପାଇଁ କର୍ଣ୍ଣାଟକାରେ ୪୮ ଘଣ୍ଟା ପାଇଁ ୟେଦ୍ଦୁରପ୍ପା ମୁଖ୍ୟମନ୍ତ୍ରୀ ହୋଇଥିଲେ। ତାଙ୍କ ଦଳ ବିଜେପି ନିର୍ବାଚନରେ ଏକାକୀ ସଂଖ୍ୟା ଗରିଷ୍ଠତା ହାସଲ କରିଥିଲେ ମଧ୍ୟ ଗୃହରେ ବହୁମତ ସାବ୍ୟସ୍ତ କରି ପାରିନଥିଲା ଏହାପରେ ତାଙ୍କ ସରକାର ଭାଙ୍ଗି ଯାଇଥିଲା। ଏହାପରେ କଂଗ୍ରେସ-ଜେଡିଏସ ମେଣ୍ଟ କରି ସରକାର ଗଢ଼ିଥିଲେ।

By amfnews

Related Post