Tue. May 26th, 2026

‘ସଂକଳ୍ପ ପକ୍ଷରୁ ଶୋକସଭା

312 Views

ରାଉରକେଲା, ୨୩ା୮ : ସାଂସ୍କୃତିକ କଳାପରିଷଦ ‘ସଂକଳ୍ପ’ର ପ୍ରତିଷ୍ଠାତା ସଭାପତି ସ୍ୱର୍ଗତ ମିହିର ବରଣ ମୁଖାର୍ଜୀଙ୍କ ଶ୍ରାଦ୍ଧ ଦିବସ ଅବସରରେ ‘ସଂକଳ୍ପ’ ତରଫରୁ ଏକ ଶୋକସଭା ଆଜି ଅନୁଷ୍ଠିତ ହୋଇଯାଇଛି । ସଂସ୍ଥା ସଭାପତି ସୁଜିତ୍ କୁମାର ବିଶ୍ୱାସଙ୍କ ବାସନ୍ତୀ କଲୋନୀସ୍ଥିତ ବାସଭବନରେ ଅନୁଷ୍ଠିତ ଶୋକସଭାରେ ସେ ଅଧ୍ୟକ୍ଷତା କରିଥିଲେ । ଉପସଭାପତି ଡ.କିଶୋରୀ ଦାଶ ସ୍ୱର୍ଗତ ମୁଖାର୍ଜୀଙ୍କ ସ୍ମତିଚାରଣ କରିବା ଅବସରରେ ତାଙ୍କ ବହୁମୁଖୀ ପ୍ରତିଭା ସଂପର୍କରେ ଆଲୋଚନା କରି ଶିକ୍ଷା, ସଂସ୍କୃତି, କଳା ପ୍ରଭୃତି କ୍ଷେତ୍ରରେ ତାଙ୍କର ଅବଦାନ ଅତୁଳନୀୟ ଥିଲା ବୋଲି କହିଥିଲେ ।

ଏଥିରେ ସାଧାରଣ ସଂପାଦକ କୁଞ୍ଜନଲାଲ ବୋଷ, ସମାଜ ମଙ୍ଗଳ ସଂପାଦକ ସରୋଜ ଚନ୍ଦ୍ର କବି, ସାଂଗଠନିକ ସଂପାଦକ ଦ୍ୱିବ୍ୟେନ୍ଦୁ କୁଣ୍ଡୁ, ସମନ୍ୱୟ ସଂପାଦକ ଅଶୋକ ବଳ, ସାଂଗଠନିକ ସଂପାଦକ ପ୍ରବିର ଜେନା, କାର୍ଯ୍ୟକାରୀ ସଦସ୍ୟା ପ୍ରମିଳା ଜେନା, ନିରୀକ୍ଷକ ସୁଧାଂଶୁ ଶେଖର ମହାପାତ୍ର, ଲୋକ ସଂପର୍କ ସଚିବ ଅକ୍ଷୟ କୁମାର ଧଳ, ପ୍ରିୟ ରଂଜନା ରାଉତ, ଦିପ୍ତି ରଂଜନ ବାରିକଙ୍କ ସମେତ ଅନେକ ସଦସ୍ୟ ସଦସ୍ୟା ଯୋଗଦେଇ ସ୍ୱର୍ଗତ ମୁଖାର୍ଜୀଙ୍କ ପ୍ରତି ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ । ସାଂଗଠନିକ ସଂପାଦକ ଦ୍ୱିବ୍ୟେନ୍ଦୁ କୁଣ୍ଡୁ ଧନ୍ୟବାଦ ଅର୍ପଣ କରିଥିଲେ ।

By amfnews

Related Post