Sun. Oct 4th, 2026

ଷ୍ଟେସନ୍‌ରୁ ଛୁଆଚୋର ଗିରଫ

229 Views

ଭୁବନେଶ୍ୱର  : ରେଳ ଷ୍ଟେସନରୁ ଛୁଆ ଚୋରି କରି ଫେରାର୍‌ ହେବାକୁ ଉଦ୍ୟମ କରୁଥିବା ବେଳେ ରେଳବାଇ ଥାନା ପୁଲିସ ଅଭିଯୁକ୍ତକୁ ଗିରଫ କରିଛି। ସେ ହେଲା, କେନ୍ଦୁଝର ଘଟଗାଁ ଅଞ୍ଚଳର ଡମ୍ବରୁଧର ଦଣ୍ଡପାଟ(୨୭)। ଏଠାରେ ମୋଚିସାହି ଅଞ୍ଚଳରେ ରହୁଥିଲା। ପୁଲିସ ସୂଚନା ମୁତାବକ, ଗୁରୁବାର ରାତି ପ୍ରାୟ ୯ଟାରେ ଭରତ ରାଓଙ୍କ ୫ ବର୍ଷର ପୁଅ ଅରୁଣ ଷ୍ଟେସନ୍‌ରେ ଖେଳୁଥିଲେ। ଏହି ସମୟରେ ଡମ୍ବରୁ ତାକୁ ଚକ୍‌ଲେଟ୍‌ର ପ୍ରଲୋଭନ ଦେଖାଇ ଅପହରଣ କରିବାକୁ ଉଦ୍ୟମ କରିଥିଲା। ପୁଅକୁ କେହି ନେଇ ଯାଉଥିବା ଦେଖି ଭରତ ପାଟି କରିବାରୁ ସେଠାରେ ଥିବା ରେଳବାଇ ପୁଲିସ ଗୋଡ଼ାଇ ଗୋଡ଼ାଇ ଡମ୍ବରୁକୁ ଧରିଥିଲା। ପରେ ଏନେଇ ଭରତ ଥାନାରେ ଅଭିଯୋଗ କରିବାରୁ ପୁଲିସ ଏକ ମାମଲା ରୁଜୁ କରି ଡମ୍ବରୁକୁ କୋର୍ଟଚାଲାଣ କରିଛି।

By amfnews

Related Post