Wed. Sep 2nd, 2026

ଶ୍ୱଶୁର ଘର ଲୋକଙ୍କ ମାଡ଼ରେ ଜ୍ୱାଇଁ ଗୁରୁତର

309 Views

ନୀଳଗିରି : ଶ୍ୱଶୁର ଘର ଲୋକଙ୍କ ନିର୍ଘାତ ମାଡ଼ରେ ଜ୍ୱାଇଁ ଗୁରୁତର। ଏଭଳି ଅଭିଯୋଗ ଆସିଛି ବାଲେଶ୍ୱର ଜିଲ୍ଲା ନୀଳଗିରି ବ୍ଲକ ବରହମପୁର ଥାନା ଅନ୍ତର୍ଗତ କଳାକାଦ ଗାଁରୁ। ଗୁରୁତର ଜ୍ୱାଇଁଙ୍କ ନାଁ ମୁକ୍ତିକାନ୍ତ ସ। ତାଙ୍କୁ ପ୍ରଥମେ ନୀଳଗିରି ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ପରେ ବାଲେଶ୍ୱର ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଥିବା ଜଣାପଡ଼ିଛି।

ଅଭିଯୋଗ ଅନୁଯାୟୀ, ଗତକାଲି ମୁକ୍ତିକାନ୍ତ ଘରେ ଥିବା ବେଳେ ତାଙ୍କ ଶ୍ୱଶୁର, ଶାଶୂ ଓ ଶଳା ପହଞ୍ଚି ଆକ୍ରମଣ କରିଥିଲେ। ଏଥିରେ ତାଙ୍କ ସ୍ତ୍ରୀ ମଧ୍ୟ ସହଯୋଗ କରିଥିବା ନେଇ ବରହମପୁର ଥାନାରେ ଅଭିଯୋଗ ହୋଇଛି। ପୁଲିସ୍‌ ଶ୍ୱଶୁର ,ଶାଶୂ, ଶଳା ଓ ସ୍ତ୍ରୀଙ୍କୁ ଅଟକ ରଖି ପଚରାଉଚରା କରୁଛି ।

By amfnews

Related Post