Fri. May 22nd, 2026

ଶ୍ରୀ ଶ୍ରୀ ୟୁନିଭର୍ସିଟି କ୍ୟାମ୍ପସ ପରିସରରେ ୩ ଶହ ଶଯ୍ୟା ବିଶିଷ୍ଟ ଆୟୁର୍ବେଦିକ ହସ୍ପିଟାଲର ଶିଳାନ୍ୟାସ କଲେ ମୁଖ୍ୟମନ୍ତ୍ରୀ

223 Views

କଟକ  :  କଟକ ମହାନଗର ପାଖରେ ଥିବା ନରାଜଠାରେ ପ୍ରତିଷ୍ଠିତ ଶ୍ରୀ ଶ୍ରୀ ୟୁନିଭର୍ସିଟି କ୍ୟାମ୍ପସ ପରିସରରେ ଆଜି ୩ ଶହ ଶଯ୍ୟା ବିଶିଷ୍ଟ ଆୟୁର୍ବେଦିକ ହସ୍ପିଟାଲର ଶିଳାନ୍ୟାସ ହୋଇଥିବା ଜଣାଯାଇଛି। ଓଡ଼ିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏବଂ ଆଧ୍ୟାତ୍ମିକ ଗୁରୁ ରବି ଶଙ୍କର ଶିଳାନ୍ୟାସ କରିଛନ୍ତି।

ଏହି ଅବସରରେ ଶ୍ରୀଶ୍ରୀ ବିଶ୍ବବିଦ୍ୟାଳୟରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଘୋଷଣା କରିଛନ୍ତି ଯେ ଖୁବ ଶୀଘ୍ର ଢେଙ୍କାନାଳରେ ନୂଆ ଆୟୁଷ ହସ୍ପିଟାଲ ପ୍ରତିଷ୍ଠା ହେବ। ଏବେ ରାଜ୍ୟରେ ୫ଟି ଆୟୁର୍ବେଦିକ ହସ୍ପିଟାଲ ଓ ୮୦୦ଟି କ୍ଲିନିକ୍ କାମ କରୁଛି ବୋଲି ସେ କହିଛନ୍ତି। ସେ ଆହୁରି ମଧ୍ୟ କହିଛନ୍ତି ଯେ ୫ ହଜାର ବର୍ଷ ପୁରୁଣା ଆୟୁର୍ବେଦର ଲୋକପ୍ରିୟତା ବଢୁଛି। ଏହି ରାଜ୍ୟରେ ସ୍ବାସ୍ଥ୍ୟ ପର୍ଯ୍ୟଟନର ବିକାଶ ପାଇଁ ମୁଖ୍ୟମନ୍ତ୍ରୀ ଆହ୍ବାନ ଦେଇଛନ୍ତି।

Image result for srisriuniversity cuttack

ଆୟୁର୍ବେଦିକ ହସ୍ପିଟାଲର ଶିଳାନ୍ୟାସ କାର୍ଯ୍ୟକ୍ରମରେ ଶ୍ରୀଶ୍ରୀ ବିଶ୍ବବିଦ୍ୟାଳୟର ପ୍ରତିଷ୍ଠାତା ତଥା ଆର୍ଟ ଅଫ୍ ଲିଭିଂ ଗୁରୁ ଶ୍ରୀଶ୍ରୀ ରବିଶଙ୍କର କହଇଚନ୍ତି ଯେଏହି ହସ୍ପିଟାଲରେ ରହିବ ୩୦୦ ଶଯ୍ୟା, ଏବଂ ଏଠାରେ ଶତାଧିକ ରୋଗର ଚିକିତ୍ସା ପାଇଁ ଅତ୍ୟାଧୁନିକ ବ୍ୟବସ୍ଥା କରାଯିବ।

By amfnews

Related Post