Fri. Apr 24th, 2026

ଶ୍ରୀ ଜୀଉଙ୍କ ପହଣ୍ଡି ଆରମ୍ଭ

242 Views

ପୁରୀ : ରଥଯାତ୍ରା ପାଇଁ ପୁରୀରେ ପହଣ୍ଡି ବିଜେ ଆରମ୍ଭ ହୋଇଯାଇଛି। ପ୍ରଥମେ ଶ୍ରୀ ସୁଦର୍ଶନ ମହାପ୍ରଭୁଙ୍କ ପହଣ୍ଡି ହୋଇଛି। ତାଙ୍କୁ ପହଣ୍ଡି କରି ରଥକୁ ଅଣାଯାଇଛି। ତାଙ୍କ ପରେ ଶ୍ରୀବଳଭଦ୍ର ମହାପ୍ରଭୁଙ୍କ ପହଣ୍ଡି ଆରମ୍ଭ ହୋଇଛି। ପହଣ୍ଡି କରି ପ୍ରଭୁ ରଥକୁ ଆସୁଛନ୍ତି। ଏହାପରେ ଦେବୀ ଶୁଭଦ୍ରାଙ୍କ ପହଣ୍ଡି ହେବ। ଶେଷରେ ଆସିବେ କାଳିଆ ଠାକୁର। ଆଜି ନିର୍ଦ୍ଧାରିତ ସମୟର ପୂର୍ବରୁ ପହଣ୍ଡି ଆରମ୍ଭ ହୋଇଛି। କାର୍ଯ୍ୟ ନିର୍ଘଣ୍ଟ ଅନୁସାରେ ସକାଳ ୯ଟା ୩୦ରେ ପହଣ୍ଡି ବିଜେ ଆରମ୍ଭ ହୋଇଥାଆନ୍ତା।

ଆଜି ସକାଳୁ ଶ୍ରୀଜିଉଙ୍କ ନୀତିକାନ୍ତି ଠିକ୍ ସମୟରେ ଆରମ୍ଭ ହୋଇ ଠିକ୍ ସମୟରେ ଶେଷ ହୋଇଥିଲା। ମହାପ୍ରଭୁଙ୍କ ମଙ୍ଗଳ ଆଳତି, ମଇଲମ, ତଡ଼ପଲାଗି ଓ ଅବକାଶ ନୀତି ଶେଷ ହେବା ପରେ ଗୋପାଳ ବଲ୍ଲଭ ଓ ଖେଚୁଡ଼ି ଭୋଗ କରାଯାଇଥିଲା।

By amfnews

Related Post