Tue. Aug 4th, 2026

ଶ୍ରୀମନ୍ଦିର ଭିତରେ ପାନ,ଗୁଟ୍‌ଖା ଖାଇଲେ ୫ ଶହ ଟଙ୍କା ଫାଇନ୍; ଆଜିଠୁ ଲାଗୁହେଲା ନିୟମ

203 Views

ପୁରୀ  : ଶ୍ରୀମନ୍ଦିର ଭିତରରେ କେହି ପାନ କିମ୍ୱା ଗୁଟ୍‌ଖା ଖାଇପାରିବେ ନାହିଁ। ଉଭୟ ଭକ୍ତ ଓ ସେବାୟତଙ୍କ ପାଇଁ ଏହି ନିୟମ ହୋଇଛି। ଆଜିଠୁ ଏହି ନିୟମକୁ କଡ଼ାକଡ଼ି ଭାବେ ଲାଗୁ କରାଯାଇଛି। ଯିଏ ଏ ନିୟମ ନମାନିବ ତା’ଠାରୁ ୫୦୦ ଟଙ୍କା ଜୋରିମାନା ଆଦାୟ କରାଯିବ। ଗତ ୨୯ ତାରିଖରେ ଅନୁଷ୍ଠିତ ଶ୍ରୀମନ୍ଦିର ପରିଚାଳନା କମିଟି ବୈଠକରେ ଏହି ନିଷ୍ପତ୍ତି ନିଆଯାଇଥିଲା। ମନ୍ଦିର ପରିସର ପରିଷ୍କାର ପରିଚ୍ଛନ୍ନ ରଖିବା ପାଇଁ ଏପରି ନିଷ୍ପତ୍ତି ନିଆଯାଇଛି।

ଏନେଇ ଜଣେ ସେବାୟତ କହିଛନ୍ତି,“ଏହି କଟକଣା ସ୍ୱାଗତ ଯୋଗ୍ୟ। ମନ୍ଦିର ଭିତରକୁ ଆମେ କେହି ପାନ ଖାଇ ଯିବୁ ନାହିଁ। ଯେ କେହି ମନ୍ଦିର ଭିତରେ ପାନ ଖାଇଲେ ସରକାର ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବେ। ଯେଉଁ ସେବାୟତ ଭାଇମାନେ ପାନ-ଗୁଟ୍‌ଖା ଧରି ମନ୍ଦିର ଭିତରକୁ ଯାଉଥିବା ଆମେ ସେମାନଙ୍କୁ ହାତ ଯୋଡ଼ି ମନା କରିବୁ।”

 

By amfnews

Related Post