Fri. Apr 24th, 2026

ଶ୍ରୀମନ୍ଦିରରେ ବଲିଉଡର ଲୋକପ୍ରିୟ ଅଭିନେତା ଗୋବିନ୍ଦା

153 Views

ପୁରୀ : ବହୁ ସୁପରହିଟ୍ ଫିଲ୍ମର ନାୟକ ତଥା  ବଲିଉଡର ଲୋକପ୍ରିୟ ଅଭିନେତା ଗୋବିନ୍ଦା ଆହୁଜା ଗତକାଲି ରାତି ପ୍ରାୟ ସାଢ଼େ ୯ଟାରେ ଶ୍ରୀମନ୍ଦିରରେ ପହଞ୍ଚି ମହାପ୍ରଭୁଙ୍କ ଦର୍ଶନ କରିଥିବା ଜଣାଯାଇଛି। ଗୋବିନ୍ଦାଙ୍କ ସହ ତାଙ୍କର ଧର୍ମପତ୍ନୀ ସୁନୀତା ଆହୁଜା ବି ପୁଣି ଥରେ ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ଦର୍ଶନ କରିଛନ୍ତି। ଦିନକ ଆଗରୁ ସୁନୀତା ଏକୁଟିଆ ଆସି ମହାପ୍ରଭୁଙ୍କ ଦର୍ଶନ କରି ଫେରିଥିଲେ।

ଗତକାଲି ପୁନର୍ବାର ଦୁଇଜଣ ସାଙ୍ଗ ହୋଇ ମହାପ୍ରଭୁଙ୍କ ଦର୍ଶନ କରିବା ସହ କୃପା ଲାଭ କରିଛନ୍ତି। ଏହି ଅବସରରେ ଦୁଇଜଣ ପ୍ରାୟ ଦେଢ଼ ଘଣ୍ଟାରୁ ଅଧିକ ସମୟ ଧରି ଶ୍ରୀମନ୍ଦିର ଭିତରେ ରହିବା ସହ ମହାପ୍ରଭୁଙ୍କ ବଡ଼ସିଂହାର ବେଶ ଦର୍ଶନ କରି ଫେରିଥିଲେ। ମହାପ୍ରଭୁଙ୍କ ଦର୍ଶନ ସାରି ଉଭୟ ଭୁବନେଶ୍ବର ଫେରି ଯାଇଥିଲେ।

Image result for govinda

ସୂଚନାଯୋଗ୍ୟ , ଗୋବିନ୍ଦା ଅଭିନୟ ସାଙ୍ଗକୁ ରାଜନୀତିରେ ବି ସକ୍ରିୟ ଥିଲେ । ସେ ଥରେ ଲୋକସଭା ନିର୍ବାଚନ ଲଢ଼ି ସାଂସଦ ବି ହୋଇଥିଲେ। କିନ୍ତୁ ପରେ ଆଉ ରାଜନୀତିରେ ଆଗ୍ରହ ଦେଖାଇ ନଥିଲେ।

By amfnews

Related Post