Sat. Oct 10th, 2026

ଶ୍ରୀମନ୍ଦିରରେ ଅସୁସ୍ଥ ହୋଇଥିବା ଭକ୍ତଙ୍କ ମୃତ୍ୟୁ

247 Views

ପୁରୀ: ଗୁରୁବାର ସକାଳେ ଶ୍ରୀମନ୍ଦିର ପରିସରରେ ଅସୁସ୍ଥ ହୋଇପଡ଼ିଥିବା ଜଣେ ଭକ୍ତଙ୍କର ମୃତ୍ୟୁ ଘଟିଛି। ମୃତ ଯାତ୍ରୀ ହେଉଛନ୍ତି ମଧ୍ୟପ୍ରଦେଶ ରାଜ୍ୟର ଗୁଣା ଥାନା ଅନ୍ତର୍ଗତ ବାଂଶଖେଡ଼ି ଅଞ୍ଚଳର ଖୁବା ସିଂହଙ୍କ ୬୭ ବର୍ଷିୟ ପୁତ୍ର ଅନୁରାତ ସିଂହ। ସକାଳ ପ୍ରାୟ ୮ଟା ବେଳେ ପରିବାରର ସାତ ଜଣ ସଦସ୍ୟଙ୍କ ସହ ମହାପ୍ରଭୁଙ୍କୁ ଦର୍ଶନ କରି ଅନୁରାତ ଫେରୁଥିବା ବେଳେ ଅସୁସ୍ଥ ଅନୁଭବ କରିବାରୁ ସାତପାହଚରେ ବସିପଡ଼ିଥିଲେ। ସେଠାରୁ ପୁଲିସ ତାଙ୍କୁ ଜିଲ୍ଲା ମୁଖ୍ୟ ଡାକ୍ତରଖାନା ନେଇଥିଲା। ସେ ମୃତ ବୋଲି ଡାକ୍ତରମାନେ ଘୋଷଣା କରିଛନ୍ତି। ସିଂହଦ୍ୱାର ଥାନା ପୁଲିସ ଅପମୃତ୍ୟୁ ମାମଲା ରୁଜୁ କରି ଶବ ଜବତ କରିବା ସହ ବ୍ୟବଚ୍ଛେଦ ପାଇଁ ବ୍ୟବସ୍ଥା କରୁଛି।

By amfnews

Related Post