Mon. Oct 19th, 2026

ଶେଲଟର ହୋମ ପାଇଁ ମାସ୍କ ତିଆରି କଲେ ରାଷ୍ଟ୍ରପତିଙ୍କ ପତ୍ନୀ

234 Views

ନୂଆଦିଲ୍ଲୀ : କୁହାଯାଏ ଦେଶ ଯେତେବେଳେ ସଙ୍କଟମୟ ସ୍ଥିତିର ସମ୍ମୁଖୀନ ହୋଇଥାଏ ସେତେବେଳେ ପ୍ରତ୍ୟେକ ନାଗରିକ ଯବାନଙ୍କ ଭଳି କାମ କରିବା ଦରକାର। ପ୍ରତ୍ୟେକ ନାଗରିକଙ୍କୁ ଦେଶର ହିତ ପାଇଁ ସହଯୋଗ କରିବାକୁ ପଡ଼ିଥାଏ।

ଏଭଳି କଲେ ଯାଇ ଦେଶ ମଙ୍ଗଳ ହୋଇଥାଏ। ଏହାର ଜ୍ୱଳନ୍ତ ଉଦାହରଣ ସୃଷ୍ଟି କରିଛନ୍ତି ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କ ପତ୍ନୀ ସବିତା କୋବିନ୍ଦ। ଦେଶର ପ୍ରଥମ ମହିଳା ହୋଇଥିଲେ ହେଁ ସବିତା କୋବିନ୍ଦ କରୋନା ଲଢ଼େଇରେ ନିଜକୁ ସମର୍ପିତ କରିଛନ୍ତି। କରୋନା କବଳରୁ ଲୋକଙ୍କୁ ସୁରକ୍ଷା ଦେବା ପାଇଁ ସେ ସିଲେଇ ମେସିନ୍‌ ଧରି ମାସ୍କ ତିଆରି କରିବାରେ ଲାଗିଛନ୍ତି।

ଶେଲଟର ହୋମରେ ରହୁଥିବା ଅସହାୟ ଲୋକଙ୍କୁ ଏହି ମାସ୍କ ପ୍ରଦାନ କରାଯିବ। ରାଷ୍ଟ୍ରପତି ଇଷ୍ଟେଟର ଶକ୍ତି ହାଟରେ ସେ ମାସ୍କ ସିଲେଇ କରୁଥିବା ଦେଖିବାକୁ ମିଳିଛି। ଦିଲ୍ଲୀ ଅର୍ବାନ ଶେଲଟର ଉନ୍ନତିକରଣ ବୋର୍ଡ ପକ୍ଷରୁ ଗଠନ ହୋଇଥିବା କେନ୍ଦ୍ରଗୁଡ଼ିକରେ ରହୁଥିବା ଲୋକଙ୍କ ପାଖକୁ ପ୍ରଥମ ମହିଳା ତିଆରି କରିଥିବା ମାସ୍କ ପ୍ରଦାନ କରାଯିବ। ସିଲେଇ ବେଳେ ସବିତା କୋବିନ୍ଦ ମଧ୍ୟ ନିଜ ମୁହଁକୁ ହାତ ତିଆରି ମାସ୍କରେ ଘୋଡ଼ାଇ ରଖିଥିବା ଦେଖିବାକୁ ମିଳିଛି। ସମସ୍ତ ଦେଶବାସୀଙ୍କ କରୋନା ଲଢ଼େଇରେ ସାମିଲ ହେବା ପାଇଁ ସେ ହାତ ତିଆରି ମାସ୍କ ସିଲେଇ କରି ବାର୍ତ୍ତା ଦେଇଛନ୍ତି।

By amfnews

Related Post