Mon. Sep 28th, 2026

ଶୀଘ୍ର ଗିରଫ ହୋଇ ପାରନ୍ତି ନାନା ପାଟେକରଙ୍କ ସମେତ ୩ ଅଭିଯୁକ୍ତ ! ଏଫଆଇଆର ରୁଜୁ

353 Views

Khabar Odisha:fir-against-actor-nana-patekar
ମୁମ୍ବାଇ, ଅକ୍ଟୋବର୧୧: ବଲିଉଡ ଅଭିନେତା ନାନା ପାଟେକର ଶୀଘ୍ର ଗିରଫ ହୋଇ ପାରନ୍ତି।  ଅଭିନେତ୍ରୀ ତନୁଶ୍ରୀ ଦତ୍ତଙ୍କ ଅଭିଯୋଗ କ୍ରମେ ମୁମ୍ବାଇର ଓଶିଓ୍ଵାରା ଥାନାରେ ପୋଲିସ ଏଫଆଇଆର ରୁଜୁ କରିଛି। ଏଫଆଇଆରରେ ୪ ଜଣଙ୍କ ବିରୋଧରେ ମାମଲା ରୁଜୁ ହୋଇଛି। ଏହି ଚାରି ଜଣ ହେଉଛନ୍ତି ଅଭିନେତା ହେଉଛନ୍ତି ନାନା ପାଟେକର, କୋରିଓଗ୍ରାଫର ଗଣେଶ ଆଚାର୍ଯ୍ୟ, ନିର୍ମାତା ସୀମା ସିଦ୍ଦିକ ଓ ନିର୍ଦ୍ଦେଶକ ରାକେଶ ସାରଙ୍ଗ।

ସୂଚନା ମୁତାବକ ଏହି ଚାରି ଜଣଙ୍କ ବିରୋଧରେ ଦୁର୍ବ୍ୟବହାରର ଧାରା ୩୫୪ ଓ ମହିଳାଙ୍କ ସମ୍ମାନକୁ ହାନୀ ପହଞ୍ଚାଇବା ଧାରା ୫୦୯ ଆଧାରରେ ଏତଲା ଦାୟର ହୋଇଛି।  ଏହା ପୂର୍ବରୁ ପୋଲିସ ତନୁଶ୍ରୀଙ୍କ ବୟାନ ରେକର୍ଡ କରିଥିଲା। ତନୁଶ୍ରୀ ଅଭିଯୋଗ କରିଛନ୍ତି ଯେ, ୧୦ ବର୍ଷ ପୂର୍ବେ  ଫିଲ୍ମ ‘ହର୍ଣ୍ଣ ଓକେ ପ୍ଲିଜ’ର ସୁଟିଂ ସମୟରେ ନାନା ପାଟେକର ତାଙ୍କର ଯୌନ ଶୋଷଣ କରିଥିଲେ।

ଶନିବାର ଦାୟର କରିଥିବା ନିଜର ଏତଲାରେ ତନୁଶ୍ରୀ କହିଛନ୍ତି ଯେ, ଫିଲ୍ମର ଗୋଟିଏ ଗୀତର ଦୃଶ୍ୟ ସୁଟିଂ ସମୟରେ ନାନା ପାଟେକର ତାଙ୍କୁ ଖରାପ ଉଦ୍ଦେଶ୍ୟରେ ଛୁଇଁଥିଲେ। ଏହା ପରେ ସେ ସ୍ପଷ୍ଟ କରି ଦେଇଥିଲେ ଯେ ସେ କୌଣସି ପ୍ରକାରର ଅଶ୍ଳୀଳ, ଅଶିଷ୍ଟ କିମ୍ବା ଅସହଜ ଦୃଶ୍ୟର ସୁଟିଂ କରିବେ ନାହିଁ।

ଉଲ୍ଲେଖଯୋଗ୍ୟ ତନୁଶ୍ରୀଙ୍କ ଅଭିଯୋଗ  ଉପରେ ନାନା ପାଟେକର ସଫେଇ ଦେଇ କହିଥିଲେ ଯେ ସେ ଫିଲ୍ମର ସୁଟିଂ ସମୟରେ ତନୁଶ୍ରୀଙ୍କ ସହ କୌଣସି ଅନୁଚିତ୍ ବ୍ୟବହାର କରି ନାହାନ୍ତି। ସେ ଅଭିନେତ୍ରୀଙ୍କ ଅଭିଯୋଗକୁ ଖଣ୍ଡନ କରି ଏହାକୁ ମିଥ୍ୟା କହିଥିଲେ। ୬୭ ବର୍ଷୀୟ ଅଭିନେତାଙ୍କ ଓକିଲ ତନୁଶ୍ରୀଙ୍କୁ କାନୁନି ନୋଟିସ୍ ମଧ୍ୟ ପଠାଇଛନ୍ତି। ନାନା ପାଟେକର ମିଡିଆ ସହ ଆଲୋଚନା ବେଳେ କହିଥିଲେ ଯେ ଯାହା ୧୦ ବର୍ଷ ପୂର୍ବେ ସତ୍ୟ ଥିଲା ତାହା ଆଜି ମଧ୍ୟ ସତ୍ୟ ଅଟେ।

By amfnews

Related Post