Mon. Oct 5th, 2026

ଶିଶୁ ସଦନରେ ଛାତ୍ରଙ୍କ ଆତ୍ମହତ୍ୟା

248 Views

ଜୟପୁର :  କୋରାପୁଟ ଜିଲ୍ଲା ଜୟପୁରର ପାରାବେଡ଼ାର ଶିଶୁ ସଦନରେ ରହୁଥିବା ଜଣେ ଦଶମ ଶ୍ରେଣୀ ଛାତ୍ର ଆଜି ଆତ୍ମହତ୍ୟା କରିଛନ୍ତି। ଶିଶୁ ସଦନରେ ଗତ ୭ବର୍ଷ ଧରି ଏହି ଛାତ୍ରଜଣକ ରହି ଆସୁଥିଲେ। ଆଜି ସକାଳେ ସେ ଗାଧୁଆ ଘରେ ରଶି ଲଗାଇ ଦେଇଥିବା ଦେଖିବାକୁ ମିଳିଥିଲା ।

ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ, ଶିଶୁ ମଙ୍ଗଳ ଅଧିକାରୀ ଏବଂ ପୁଲିସ୍‌ ପହଞ୍ଚି ଘଟଣାର ତଦନ୍ତ  ଆରମ୍ଭ  କରିଛନ୍ତି । ତେବେ କଣ ପାଇଁ ଛାତ୍ର ଜଣକ ଆତ୍ମହତ୍ୟା କଲେ ତାହାର କାରଣ ଏଯାଏ ଜଣାପଡ଼ିନି।

By amfnews

Related Post