Sat. Oct 10th, 2026

ଶିଳ୍ପପତି ନେସ୍‌ ଓ୍ଵାଡିଆଙ୍କ ବିରୋଧରେ ପ୍ରୀତି ଜିଣ୍ଟା ଆଣିଥିବା ଅସଦାଚରଣ ମାମଲାକୁ ଖାରଜ କଲେ ବମ୍ବେ ହାଇକୋର୍ଟ

479 Views

ମୁମ୍ବାଇ: ଅଭିନେତ୍ରୀ ପ୍ରୀତି ଜିଣ୍ଟା ଶିଳ୍ପପତି ନେସ୍‌ ଓ୍ଵାଡିଆଙ୍କ ବିରୋଧରେ ଆଣିଥିବା ଅସଦାଚରଣ ମାମଲାକୁ ବମ୍ବେ ହାଇକୋର୍ଟ ଖାରଜ କରି ଦେଇଛନ୍ତି। ୪୩ ବର୍ଷୀୟା ଅଭିନେତ୍ରୀ ପ୍ରୀତି ୨୦୧୪ ମସିହାରେ ଶିଳ୍ପପତି ନେସ୍‌ ଓ୍ଵାଦିଆଙ୍କ ଦ୍ୱାରା ଅସଦାଚରଣର ଶିକାର ହୋଇଥିଲେ ବୋଲି ପୁଲିସ୍‌ରେ ଏକ ଅଭିଯୋଗ ଆଣିଥିଲେ। ମୁମ୍ବାଇର ଓ୍ଵାଙ୍କ୍‌ଡେ ଷ୍ଟାଡିୟମ୍‌ଠାରେ ଆଇପିଏଲ୍‌ ଚାଲିଥାଏ। ମେ ମାସ ୩୦ ତାରିଖରେ ଶିଳ୍ପପତି ଓ୍ଵାଡିଆ ତାଙ୍କ ସହ ଖରାପ ଆଚରଣ କରିଥିବା ଅଭିଯୋଗ ଆଣିଥିଲେ। ସେହି ତାରିଖରେ କିଙ୍ଗ୍‌ସ୧୧ ପଞ୍ଜାବ ଓ ଚେନ୍ନାଇ ସୁପର୍‌କିଙ୍ଗ୍‌ସ ଭିତରେ ଖେଳ ଚାଲିଥିଲା।

ପୁଲିସ୍‌ରେ ଦେଇଥିବା ନିଜ ବୟାନରେ ପ୍ରୀତି ଅଭିଯୋଗ ଆଣିଥିଲେ ଯେ, ଖେଳ ଚାଲିଥିବା ସମୟରେ ଓ୍ଵାଡିଆ ପ୍ରୀତିଙ୍କ ପାଖକୁ ମାଡ଼ି ଆସିଥିଲେ। ତାଙ୍କ ହାତ ଧରି ଅନ୍ୟମାନଙ୍କ ସମ୍ମୁଖରେ ଅଶାଳୀନ ଭାଷା ବି ପ୍ରୟୋଗ କରିଥିଲେ।

ଉଲ୍ଲେଖଯୋଗ୍ୟ, ଉଭୟ ପ୍ରୀତି ଜିଣ୍ଟା ଓ ନେସ୍‌ ଓ୍ଵାଡିଆ ଆଇପିଏଲ୍‌ର କିଙ୍ଗସ ୧୧ ପଞ୍ଜାବର ସହ-ମାଲିକ ଥିଲେ। ଏହି ଦୁହିଁଙ୍କ ମଧ୍ୟରେ ୫ ବର୍ଷର ପ୍ରେମ ସଂପର୍କ ଥିଲା ବୋଲି ମଧ୍ୟ ଶୁଣିବାକୁ ମିଳିଛି। ଏହି କଥା ନିଜେ ପ୍ରୀତି ଏକ ସାକ୍ଷାତ୍‌କାରରେ କହିଥିଲେ।

By amfnews

Related Post