Thu. Jun 11th, 2026

ଶିବ ମନ୍ଦିରରେ ଦୁଇ ଭଉଣୀ ପରସ୍ପରକୁ କଲେ ବିବାହ

505 Views

ବାରାଣାସୀ : ଉତ୍ତରପ୍ରଦେଶର ବାରାଣାସୀ ଜିଲ୍ଲାରେ ଏକ ବିବାହ ଚର୍ଚ୍ଚାର ବିଷୟ ପାଲଟିଛି। ଏଠାରେ ଦୁଇ ଭଉଣୀ ହିନ୍ଦୁ ରୀତିନୀତି ଅନୁସାରେ ବାରାଣାସୀର ଶିବ ମନ୍ଦିରରେ ବିବାହ କରିଛନ୍ତି। ଦୁଇ ଭଉଣୀ ପରସ୍ପରକୁ ବିବାହ କରିବା ପରେ ଗଳାରେ ଜୟମାଳା ପକାଇବା ସହିତ ମଙ୍ଗଳସୂତ୍ର ପିନ୍ଧାଇ ଥିଲେ। ବିବାହ ପରେ ଦୁଇ ଭଉଣୀ କାନପୁର ପଳାଇ ଯାଇଥିବା ଜଣାପଡ଼ିଛି। ପ୍ରକାଶିତ ରିପୋର୍ଟ ଅନୁସାରେ, ଏହି ମାମଲା ବାରାଣାସୀର ରୋହନିୟା ଥାନାର ମୋହନସରାୟସ୍ଥିତ ଧଙ୍ଗଡ ବୀର ବାବା ମନ୍ଦିର ପଛପାର୍ଶ୍ୱରେ ଥିବା ଶିବମନ୍ଦିରରେ ଘଟିଛି।

ଶିବମନ୍ଦିରର ପୂଜାରୀ ସୁଡ୍ଡୁ ମହରାଜଙ୍କ କହିବାନୁସାରେ, ଅଟୋରେ ବସି ଦିନରେ ଦୁଇଜଣ ଯୁବତୀ ଆସିଥିଲେ। ଦୁହେଁ ଜିନ୍ସ ଓ ଟି-ସାର୍ଟ ପିନ୍ଧିଥିଲେ। ପ୍ରଥମେ ଦୁହେଁ ମନ୍ଦିରରେ ପହଞ୍ଚି ପୂଜାଅର୍ଚ୍ଚନା କରିଥିଲେ। ଏହାପରେ ଦୁଇ ଭଉଣୀ ପରସ୍ପରକୁ ବିବାହ କରିବାକୁ ଚାହାନ୍ତି ବୋଲି କହିଥିଲେ। ଏମାନଙ୍କ ଏପରି କଥା ଶୁଣିବା ପରେ ପୂଜାରୀଙ୍କୁ ଅସ୍ୱଭାବିକ ଲାଗିଥିଲା। କିନ୍ତୁ ଦୁହିଁଙ୍କ କାକୁତି ମିନତି ଦେଖି ପୂଜାରି ଦୁହିଁଙ୍କ ବିବାହ କରାଇଥିଲେ। ବିବାହ ପରେ ନୁହେଁ ଅଟୋରେ ବସି କାନପୁର ଚାଲି ଯାଇଥିଲେ। ଯୁବତୀ ଦୁହେଁ ଯେଉଁ ଅଟୋରେ ବସି ଆସିଥିଲେ, ସେହି ଅଟୋ ଚାଳକଙ୍କ କହିବାନୁସାରେ ଦୁଇ ଯୁବତୀଙ୍କ ମଧ୍ୟରୁ ଜଣେ କାନପୁର ଓ ଅନ୍ୟ ଜଣେ ବନାରସ୍‌ର ବୋଲି ଜଣାପଡ଼ିଛି।

By amfnews

Related Post