Fri. May 15th, 2026

ଶିକ୍ଷୟିତ୍ରୀଙ୍କୁ ନିଶା ଦେଇ ଅଧ୍ୟକ୍ଷଙ୍କ ଦୁଷ୍କର୍ମ

172 Views

ନୂଆଦିଲ୍ଲୀ : ସ୍କୁଲ କ୍ୟାମ୍ପସରେ ଜଣେ ପ୍ରିନ୍ସିପାଲଙ୍କ ଜଘନ୍ୟକାଣ୍ଡ ସାମ୍ନାକୁ ଆସିଛି। ଦିଲ୍ଲୀର ଜାସୋଲା ଠାରେ ଥିବା ଏକ ସ୍କୁଲର ପ୍ରିନ୍ସିପାଲ ଜଣେ ଶିକ୍ଷୟିତ୍ରୀଙ୍କୁ ନିଶା ଦେଇ ଦୁଷ୍କର୍ମ କରିଛନ୍ତି। ପବିତ୍ର ଶିକ୍ଷାନୁଷ୍ଠାନରେ ହିଁ ଏଭଳି ଘଟଣା ଘଟିଛି। ପୁଲିସ୍‌ ସଂପୃକ୍ତ ପ୍ରିନ୍ସିପାଲଙ୍କୁ ଗିରଫ କରିଛି।

ଶିକ୍ଷୟିତ୍ରୀ ଜଣଙ୍କ ସରିତା ବିହାର ପୁଲିସ୍‌ ଷ୍ଟେସନରେ କରିଥିବା ଅଭିଯୋଗ ଅନୁଯାୟୀ, ପ୍ରିନ୍ସିପାଲ ଜଣଙ୍କ ପ୍ରଥମେ ୨୦୧୭ ଜୁନ୍‌ ମାସରେ ଶିକ୍ଷୟିତ୍ରୀଙ୍କ ପ୍ରତି ଅସଦାଚରଣ କରିଥିଲେ। ସ୍କୁଲ ସମୟ ପରେ ପ୍ରିନ୍ସିପାଲ ଶିୟୟିତ୍ରୀଙ୍କୁ ଅତିରିକ୍ତ କ୍ଲାସ କରିବାକୁ କହିବାରୁ ଉଭୟଙ୍କ ମଧ୍ୟରେ ବିବାଦ ସୃଷ୍ଟି ହୋଇଥିଲା। ଏହାପରେ ପ୍ରିନ୍ସିପାଲ ଜଣଙ୍କ ଶିକ୍ଷୟିତ୍ରୀଙ୍କୁ ନିଜ ଚ୍ୟାମ୍ବରକୁ ଡାକି କିଛି ପିଇବାକୁ ଦେଇଥିଲେ। ଏହାକୁ ପିଇବାର କିଛି ସମୟ ପରେ ଶିକ୍ଷୟିତ୍ରୀଙ୍କ ଜଣଙ୍କ ଅଚେତ ହୋଇଯାଇଥିଲେ।

ଏହାର ସୁଯୋଗ ନେଇ ପ୍ରିନ୍ସିପାଲ ଜଣଙ୍କ ତାଙ୍କୁ ଦୁଷ୍କର୍ମ କରିଥିଲେ। କେବଳ ସେତିକି ନୁହେଁ, ସେ ଏହାର ଭିଡିଓ ମଧ୍ୟ ଶୁଟିଂ କରିଥିଲେ। ଯଦି ଶିକ୍ଷୟିତ୍ରୀ ଜଣଙ୍କ ଏକଥା କାହାକୁ କହିବେ, ତା’ହେଲେ ସେ ସେହି ଭିଡିଓକୁ ଭାଇରାଲ କରିଦେବେ ବୋଲି ଧମକ ମଧ୍ୟ ଦେଇଥିଲେ। ଶିକ୍ଷୟିତ୍ରୀଙ୍କ ଅଭିଯୋଗ ପରେ ପୁଲିସ୍‌ ସଂପୃକ୍ତ ପ୍ରିନ୍ସିପାଲଙ୍କୁ ଗିରଫ କରିଛି।

By amfnews

Related Post