Wed. Aug 5th, 2026

ଶାଶୁଙ୍କ ସହ ଦୁଷ୍କର୍ମ କରିବା ପରେ ସ୍ତ୍ରୀଙ୍କୁ ଛାଡ଼ପତ୍ରର ଧମକ ଦେଇ ଜ୍ବାଇଁ ଗିରଫ

313 Views

ହାଇଦ୍ରାବାଦ  : ଜଣେ ୨୭ ବର୍ଷୀୟ ଯୁବକ ନିଜ ଶାଶୁଙ୍କ ସହ ଦୁଷ୍କର୍ମ କରିବା ପରେ ଯଦି ଏ ବିଷୟରେ ଥାନାରେ ଏତଲା ଦେବେ,ତେବେ ସେ ଛାଡପତ୍ର ଦେବେ ବୋଲି ଧମକ ଦେଇ ଗିରଫ ହୋଇଥିବା ଘଟଣା ଚାଞ୍ଚଲ୍ୟ ସୃଷ୍ଟି କରିଛି। ଏହି ଘଟଣା ଗତ ଜୁଲାଇ ୩୧ ତାରିଖରେ ହାଇଦ୍ରାବାଦର ଚନ୍ଦ୍ରାୟନ ଗୁଟ୍ଟା ଥାନା ଅଞ୍ଚଳରେ ଘଟିଛି। ଦୁଷ୍କର୍ମକାରୀ ଯୁବକଙ୍କର ନାମ ଭାସ୍କର ବୋଲି ଜଣାଯାଇଛି। ଅଭିଯୁକ୍ତ ପ୍ରାୟ ବର୍ଷକତଳେ ପୀଡ଼ିତାଙ୍କ ଝିଅଙ୍କୁ ବିବାହ କରିଥିଲେ।

ଗତ ବୁଧବାର ରାତିରେ ଅଭିଯୁକ୍ତ ଭାସ୍କର ତାଙ୍କର ଶାଶୁଙ୍କୁ ଏକ ନିକାଞ୍ଚନ ସ୍ଥାନକୁ ନେଇଥିଲେ ଓ ସେଠାରେ ତାଙ୍କ ସହ ଦୁଷ୍କର୍ମ କରିଥିଲେ। ତା’ପରେ ସେ ଶାଶୁଙ୍କୁ ଘରେ ଛାଡ଼ି ଧମକ ଦେଇଥିଲେ ଯେ ଯଦି ଏ ଘଟଣା ପ୍ରଘଟ କରିବେ ବା ପୁଲିସ ନିକଟରେ ଅଭିଯୋଗ କରିବେ,ତେବେ ସେ ତାଙ୍କ ଝିଅକୁ ଛାଡ଼ପତ୍ର ଦେବେ।

ତେବେ ଏଥିରେ ଭୟଭୀତ ନ ହୋଇ ପୀଡ଼ିତାଙ୍କ ଝିଅ ତଥା ଭାସ୍କରଙ୍କ ପତ୍ନୀ ଥାନାରେ ଏତଲା ଦେଲେ। ଏହାପରେ ପୁଲିସ ଅଭିଯୁକ୍ତଙ୍କୁ ଗିରଫ କରି ତାଙ୍କ ବିରୋଧରେ ଆଇପିସିର ଧାରା ୩୭୬ ଓ ୫୦୬ ଅନୁଯାୟୀ ମାମଲା ରୁଜ୍ଜୁ କରିଛି। ପୀଡ଼ିତା ସରକାରୀ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି।

By amfnews

Related Post