Fri. Apr 24th, 2026

ଶାତ୍ସୀୟବାଦ୍ୟ, ନୃତ୍ୟ ଓ ସଂଗୀତର ମହାକୁମ୍ଭ ‘କୋଣାର୍କ ଉତ୍ସବ’ ଆଜିଠାରୁ

181 Views

କୋଣାର୍କ : ଆଜିଠାରୁ ଶାତ୍ସୀୟବାଦ୍ୟ, ନୃତ୍ୟ ଓ ସଂଗୀତର ମହାକୁମ୍ଭ ‘କୋଣାର୍କ ଉତ୍ସବ ୨୦୧୯’ ଆରମ୍ଭ ହେଉଛି। ଓଡ଼ିଶାର କଳା, ସଂସ୍କୃତି ଓ ପରମ୍ପରାକୁ ବିଶ୍ବବିଦିତ କରିବା ଲକ୍ଷ୍ୟ ନେଇ ୧୯୮୯ ମସିହାରୁ ନିରବଚ୍ଛିନ୍ନ ଅନୁଷ୍ଠିତ ହୋଇ ଆସୁଥିବା କୋଣାର୍କ ଉତ୍ସବ ସନ୍ଧ୍ୟାରେ ଉଦ୍‌ଘାଟିତ ହୋଇ ପାଞ୍ଚ ତାରିଖରେ ଉଦ୍‌ଯାପିତ ହେବ। ସୂର୍ଯ୍ୟମନ୍ଦିର ପାଦଦେଶରେ ଅବସ୍ଥିତ ମୁକ୍ତାକାଶ ରଙ୍ଗମଞ୍ଚରେ କଳାକାରମାନେ ସେମାନଙ୍କ ପ୍ରତିଭା ପ୍ରଦର୍ଶିତ କରିବେ । ନୃତ୍ୟଶିଳ୍ପୀମାନଙ୍କ ନୁପୁରର ନିକ୍ବଣରେ ପ୍ରତିଧ୍ବନିତ ହେବ ମୁକ୍ତକାଶ ରଙ୍ଗମଞ୍ଚ।

ଆଜି ଠାରୁ ଏହି ଉତ୍ସବ ପାଇଁ ରଙ୍ଗବେରଙ୍ଗର ଆଲୋକମାଳାରେ କୋଣାର୍କ ଝଲସି ଉଠିଛି। ଚଳିତବର୍ଷ ପ୍ରସ୍ତୁତିର ଅନ୍ତିମ ଦିବସରେ ରାଜ୍ୟ ପର୍ଯ୍ୟଟନ ବିଭାଗ ଯୁଗ୍ମ ନିର୍ଦ୍ଦେଶକ ଉତ୍ପଳ ପତି, ନ୍ୟାସନାଲ ଡିଫେନ୍‌ସ ଏକାଡେମିର ପ୍ରଫେସର ଅରବିନ୍ଦ ଆଚାର୍ଯ୍ୟଙ୍କ ସମେତ ବରିଷ୍ଠ ଅଧିକାରୀମାନେ କୋଣାର୍କରେ ପହଞ୍ଚି ଶେଷ ପ୍ରସ୍ତୁତି ତଦାରଖ କରିଛନ୍ତି। ସେହିପରି ଚନ୍ଦ୍ରଭାଗାର ସ୍ବର୍ଣ୍ଣିମ ବେଳାଭୂମିରେ ଅନୁଷ୍ଠିତ ହେବାକୁ ଥିବା ଅନ୍ତର୍ଜାତୀୟ ବାଲୁକା କଳା ପ୍ରଦର୍ଶନୀ ପାଇଁ ବାଲୁକା ଶଯ୍ୟା ମଧ୍ୟ ବାଲୁକାଶିଳ୍ପୀଙ୍କ ହାତସ୍ପର୍ଶ ଅପେକ୍ଷାରେ ରହିଛି। ଚଳିତବର୍ଷ କୋଣାର୍କ ଉତ୍ସବର ଶୁଭାରମ୍ଭ ଓଡ଼ିଶୀ ନୃତ୍ୟରୁ ଆରମ୍ଭ ହୋଇ କଥକ ନୃତ୍ୟରେ ଶେଷ ହେବ। କୋଣାର୍କ ଉତ୍ସବ ପାଇଁ ସମଗ୍ର ଅଞ୍ଚଳରେ ଉତ୍ସାହ ବୃଦ୍ଧି ପାଇଛି।

By amfnews

Related Post