Fri. Apr 24th, 2026

ଶରଜିଲ ଇମାମର ଦେଶବିରୋଧୀ ମନ୍ତବ୍ୟ, ପ୍ରତିକ୍ରିୟା ରଖିଲେ ଆସଦୁଦ୍ଦିନ ଓବେସୀ

166 Views

ହାଇଦ୍ରାବାଦ: ଭାରତରୁ ଆସାମ ଅଲଗା କରିବା ନେଇ ମନ୍ତବ୍ୟ ଦେଇଥିବା ଜବାହରଲାଲ ନେହେରୁ ବିଶ୍ୱବିଦ୍ୟାଳୟ (ଜେଏନୟୁ)ର ଛାତ୍ର ଶରଜିଲ ଇମାମ ବିରୋଧରେ ବର୍ଷିଛନ୍ତି ହାଇଦ୍ରାବାଦର ସାଂସଦ ତଥା ଏଆଇଏମଆଇଏମର ସୁପ୍ରିମୋ ଆସଦୁଦ୍ଦିନ ଓବେସୀ।

ଭାରତ କୌଣସି କୁକୁଡ଼ାର ବେକ ନୁହେଁ, ଯାହାକୁ କାଟି ଅଲଗା କରିହେବ ବୋଲି ଆସଦୁଦ୍ଦିନ ଓବେସୀ କହିଛନ୍ତି। ଭାରତକୁ କିମ୍ୱା ଭାରତ ସହ ଯୋଡ଼ି ହୋଇଥିବା ସ୍ଥାନକୁ ଅଲଗା କରିହେବନି। ଶରଜିଲ ଦ୍ୱାରା ଦିଆଯାଇଥିବା ମନ୍ତବ୍ୟକୁ ସେ ନିନ୍ଦା କରୁଛନ୍ତି ବୋଲି କହିଛନ୍ତି।

ସୂଚନାଯୋଗ୍ୟ, ଅଲିଗଡ ବିଶ୍ୱବିଦ୍ୟାଳୟରେ ଶରଜିଲ ଦ୍ୱାରା ଦିଆଯାଇଥିବା ଏହି ମନ୍ତବ୍ୟ ଶନିବାର ସୋଶାଲ ମିଡିଆରେ ଭାଇରାଲ ହୋଇଥିଲା। ଏହାକୁ ନଜରରେ ରଖି ଆସାମର ଗୌହାଟି ଏବଂ ଉତ୍ତର ପ୍ରଦେଶର ଅଲିଗଡ଼ରେ ପୃଥକ ପୃଥକ ମାମଲା ରୁଜୁ ହୋଇଛି। ଯେଉଁଥିରେ ଦେଶଦ୍ରୋହ ମାମଲା ମଧ୍ୟ ରହିଛି। ଉତ୍ତର ପ୍ରଦେଶ ପୁଲିସ ମଧ୍ୟ ଶରଜିଲକୁ ଗିରଫ କରିବା ପାଇଁ ପ୍ରସ୍ତୁତି ଚଳାଇଥିବା ଜଣାପଡ଼ିଛି।

By amfnews

Related Post