Fri. Jul 3rd, 2026

ଶବ୍ଦ ଉପରେ ଶୀଘ୍ର ପ୍ରତିକ୍ରିୟା ପ୍ରକାଶ କରିଥାଏ ମସ୍ତିଷ୍କ: ଗବେଷଣା

175 Views

ଆମର ମସ୍ତିଷ୍କ ସବୁବେଳେ ଆଖପାଖରେ ହେଉଥିବା ଶବ୍ଦ ପ୍ରତି ସତର୍କ ରହିଥାଏ। କାହା ସହିତ କଥା ହେବା ବେଳେ ବି ତାହା ରହିଥାଏ। ଯଦି ସେହି ଶବ୍ଦରେ ସାମାନ୍ୟତା ପରିବର୍ତ୍ତନ ଘଟେ,ତେବେ ଶବ୍ଦ କେଉଁଠାରୁ ଆସୁଛି ,ତାହା ସହଜରେ ଜଣାପଡିଯାଏ।

ଏ ସଂପର୍କରେ ନିକଟରେ ସୁଇରଲାଣ୍ଡର ଜେନେଭାସ୍ଥିତ ବିଶ୍ୱବିଦ୍ୟାଳୟ ପକ୍ଷରୁ ଗବେଷଣା କରାଯାଇଥିଲା। ଦୃଷ୍ଟି ଓ ଶ୍ରବଣ ଏପରି ଦୁଇଟି ଇନ୍ଦ୍ରିୟ , ଯାହା ବ୍ୟକ୍ତିକୁ ଉଭୟ ପରିସ୍ଥିତିର ପତା ଲଗାଇବାରେ ବି ସକ୍ଷମ ହୋଇଥାଏ।

ତେବେ କାନ ଭଳି ଆଖପାଖର ଜାଗାରେ ୩୬୦ ଡିଗ୍ରିର ବିଷୟ ଜାଣିବାକୁ ଅନୁମତି ଦେଇ ନଥାଏ। ଶୁଣିବା ସମୟରେ ମସ୍ତିଷ୍କର ପ୍ରତିକ୍ରିୟାକୁ ଯାଞ୍ଚ କରିବା ଲାଗି ଗବେଷକମାନେ ୨୨ ଟି ମଣିଷ ସ୍ୱରର ଲଘୁ ଧ୍ୱନି (୬୦୦ ମିଲିସେକେଣ୍ଡ)କୁ ପ୍ରସ୍ତୁତ କରିଥିଲେ। ଦୁଇଟି ଲାଉଡ ସ୍ପିକର୍‌ ମାଧ୍ୟମରେ ଏହି ଶବ୍ଦକୁ ୩୫ ଜଣ ଲୋକଙ୍କୁ ଶୁଣାଗଲା। ଏହି ସମୟରେ ମସ୍ତିଷ୍କର ଗତିବିଧିକୁ ମପାଯାଇଥିଲା।

ୟୁଏନ ଆଇଜିଆଇର ଗବେଷକ ଲିୟୋନାର୍ଡେ ସେରାବୋଲୋ କହିଛନ୍ତି ଯେ,କ୍ରୋଧରେ ସମ୍ଭାବିତ ଆଶଙ୍କାର ସଙ୍କେତ ରହିଛି। ଠିକ୍‌ ସେହିପରି କଷ୍ଟକର ପରିସ୍ଥିତିରେ ଆମର ଅସ୍ତିତ୍ୱ ସହଜରେ ଜଣାପଡ଼ିଯାଇଥାଏ।

By amfnews

Related Post