Fri. Oct 9th, 2026

ଲୋକାୟୁକ୍ତଙ୍କ ଭିଜିଲାନ୍ସ ତଦନ୍ତ ନିର୍ଦ୍ଦେଶ କୁ ଚ୍ୟାଲେଞ୍ଜ କରି ହାଇକୋର୍ଟଙ୍କ ଦ୍ୱାରସ୍ଥ ହେଲେ ପ୍ରଦୀପ ପାଣିଗ୍ରାହୀ

347 Views

ଭୁବନେଶ୍ୱର, ଜାନୁଆରୀ ୨୯ : ବିଧାୟକ ପ୍ରଦୀପ ପାଣିଗ୍ରାହୀଙ୍କ ବିରୋଧରେ ଲୋକାୟୁକ୍ତ ଯେଉଁ ଭିଜିଲାନ୍ସ ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି ତାକୁ ଚ୍ୟାଲେଞ୍ଜ କରିଛନ୍ତି ବିଧାୟକ । 

ଲୋକାୟୁକ୍ତଙ୍କ ଏହି ନିର୍ଦ୍ଦେଶ ସମ୍ପୂର୍ଣ୍ଣ ବେଆଇନ୍ ବୋଲି ଦର୍ଶାଇ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଛନ୍ତି ପ୍ରଦୀପ ପାଣିଗ୍ରାହୀ । 

ପ୍ରଦୀପ ପାଣିଗ୍ରାହୀଙ୍କ ଅନୁଯାଇ ତାଙ୍କ ବିରୋଧରେ ଆସିଥିବା ସବୁ ଅଭିଯୋଗର ପ୍ରଥମେ ଲୋକାୟୁକ୍ତଙ୍କ ପାଖରେ ଶୁଣାଣି ହେବା କଥା ଏବଂ ଅପରାଧ ବିରୋଧରେ କୌଣସି ପ୍ରମାଣ ମିଳିବା ପରେ ହିଁ ଲୋକାୟୁକ୍ତ ତଦନ୍ତ ନିର୍ଦ୍ଦେଶ ଦେବା କଥା ମାତ୍ର ତାହା ନହୋଇ ଲୋକାୟୁକ୍ତ ସିଧାସଳଖ ଭିଜିଲାନ୍ସ ହାତରେ ତଦନ୍ତ ଭାର ଟେକିଦେଇଛନ୍ତି ଯାହା ଆଇନ୍ ବିରୋଧି ବୋଲି ବିଧାୟକଙ୍କ ଓକିଲ ମତ ରଖିଛନ୍ତି ।

ଏହାପରେ ଲୋକାୟୁକ୍ତଙ୍କ ଏହି ନିର୍ଦ୍ଦେଶକୁ ଖାରଜ କରିବା ପାଇଁ ବିଧାୟକ ପ୍ରଦୀପ ପାଣିଗ୍ରାହୀ ହାଇକୋର୍ଟଙ୍କ ପାଖରେ ଆବେଦନ କରିଛନ୍ତି ।

By amfnews

Related Post