Fri. Apr 24th, 2026

ଲୋକସଭାର ପ୍ରଥମ ଧାଡ଼ିରେ ସ୍ଥାନ ପାଇଲେ ସ୍ମୃତି ଇରାନୀ

205 Views

ନୂଆଦିଲ୍ଲୀ  : କେନ୍ଦ୍ର ମନ୍ତ୍ରୀ ସ୍ମୃତି ଇରାନୀଙ୍କୁ ଲୋକସଭାର ପ୍ରଥମ ଧାଡ଼ିରେ ଆସନ ମିଳିଛି। ଇରାନୀ ପ୍ରଥମ ଥର ପାଇଁ ଗାନ୍ଧୀ ପରିବାରର ଗଡ଼ ଆମେଥିରୁ ରାହୁଲଙ୍କୁ ପରାଜିତ କରି ଲୋକସଭାକୁ ନିର୍ବାଚିତ ହୋଇଛନ୍ତି। ସେ ମୋଦୀଙ୍କ ମନ୍ତ୍ରିମଣ୍ଡଳରେ ୨୦୧୪ ମସିହାରୁ ମନ୍ତ୍ରୀ ପଦରେ ରହି ଆସିଥିଲେ।

ଲୋକସଭା ବାଚସ୍ପତି ଓମ୍‌ ବିର୍ଲା ଲୋକସଭାର ନୂଆ ସିଟିଂ ଆରେଞ୍ଜମେଣ୍ଟ୍‌ ସଂପର୍କରେ ସୂଚନା ଦେଇଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ବ୍ୟତୀତ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ, ଗୃହମନ୍ତ୍ରୀ ଅମିତ ଶାହା, ପରିବହନ ମନ୍ତ୍ରୀ ନିତିନ ଗଡକରି, ଗ୍ରାମୀଣ ବିକାଶ ମନ୍ତ୍ରୀ ନରେନ୍ଦ୍ର ସିଂହ ତୋମାର ଓ ଏଚଡି ସଦାନନ୍ଦ ଗୌଡ଼ା ମଧ୍ୟ ପ୍ରଥମ ଧାଡ଼ିରେ ସ୍ଥାନ ପାଇଛନ୍ତି। ଇରାନୀଙ୍କ ସମେତ ଆଇନ୍‌ ମନ୍ତ୍ରୀ ରବି ଶଙ୍କର ପ୍ରସାଦ ମଧ୍ୟ ଲୋକସଭାରେ ପ୍ରଥମ ଧାଡ଼ିରେ ସ୍ଥାନ ପାଇଛନ୍ତି।

ପୂର୍ବରୁ ପୂର୍ବତନ ପ୍ରଧାନମନ୍ତ୍ରୀ ଏଚ୍‌ଡି ଦେବେଗୌଡ଼ା, ପୂର୍ବତନ ବୈଦେଶିକ ମନ୍ତ୍ରୀ ସୁଷମା ସ୍ୱରାଜ, କଂଗ୍ରେସ ନେତା ମଲ୍ଲିକାର୍ଜୁନ ଖର୍ଗେ, ବିଜେପିର ବରିଷ୍ଠ ନେତା ଲାଲାକୃଷ୍ଣ ଆଡଭାନୀ ଏବଂ ମୁରଲୀ ମନୋହର ଜୋଶୀ ଆଦି ପ୍ରଥମ ଧାଡ଼ିରେ ବସୁଥିଲେ। ସେମାନଙ୍କ ମଧ୍ୟରୁ ଅନେକ ଅବସର ନେଇଥିବା ବେଳେ ଦେବେଗୌଡ଼ା ନିର୍ବାଚନ ହାରିଯିବା ପରେ ପ୍ରଥମ ଧାଡ଼ିରେ ଏବେ ନୂଆ ସଦସ୍ୟ ସ୍ଥାନ ପାଇଛନ୍ତି।

By amfnews

Related Post