Wed. Sep 23rd, 2026

ଲୋକଙ୍କୁ ସଶକ୍ତ ଓ ଦୁର୍ନୀତି ହ୍ରାସ କରିଛି ଡିଜିଟାଲ୍‌ ଇଣ୍ଡିଆ: ପ୍ରଧାନମନ୍ତ୍ରୀ ମୋଦୀ

323 Views

ନୂଆଦିଲ୍ଲୀ : ଡିଜିଟାଲ୍‌ ଇଣ୍ଡିଆ ଉପକ୍ରମକୁ ‘ଗଣ ଆନ୍ଦୋଳନ’ କହି ସୋମବାର ଦିନ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କହିଛନ୍ତି ଯେ ଏହା ଲୋକମାନଙ୍କୁ ସଶକ୍ତ କରିଛି, ଉଲ୍ଲେଖନୀୟ ଭାବେ ଦୁର୍ନୀତି ହ୍ରାସ କରିଛି ଏବଂ ଗରିବମାନଙ୍କ ଉପକାର ପାଇଁ ସର୍ବସାଧାରଣ ସେବା ଯୋଗାଣରେ ଉନ୍ନତି ଆଣିଛି।

ଟୁଇଟ୍‌ କରି ସେ କହିଛନ୍ତି: ପ୍ରଯୁକ୍ତିବିଦ୍ୟାର ସୁବିନିଯୋଗ ଏବଂ ସହଜ ବ୍ୟବହାର ପାଇଁ ଚାରି ବର୍ଷ ତଳେ ଆଜି ଦିନରେ ଡିଜିଟାଲ୍‌ ଇଣ୍ଡିଆ ଆରମ୍ଭ ହୋଇଥିଲା। ଡିଜିଟାଲ୍‌ ଇଣ୍ଡିଆ ଲୋକମାନଙ୍କୁ ସଶକ୍ତ କରିଛି, ଉଲ୍ଲେଖଯୋଗ୍ୟ ଭାବେ ଦୁର୍ନୀତି ହ୍ରାସ କରିଛି ଏବଂ ଦରିଦ୍ରମାନଙ୍କ ଉପକାର ନିମନ୍ତେ ସର୍ବସାଧାରଣ ଯୋଗାଣ ସେବା ଉନ୍ନତ କରିଛି।

ଡିଜିଟାଲ୍‌ ଇଣ୍ଡିଆକୁ ମଜଭୁତ କରିବାକୁ ଯେଉଁମାନେ ସଯତ୍ନ କାର୍ଯ୍ୟରତ ମୁଁ ସେମାନଙ୍କୁ ଅଭିବାଦନ ଜଣାଉଛି। ସେମାନଙ୍କର ଭବିଷ୍ୟତ ଉଦ୍ୟମ ପାଇଁ ମଧ୍ୟ ଶୁଭକାମନା କରୁଛି। ଚାରି ବର୍ଷ ତଳେ ଜୁଲାଇ ୧ ତାରିଖ ଦିନ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଡିଜିଟାଲ୍‌ ଇଣ୍ଡିଆର ଶୁଭାରମ୍ଭ କରିଥିଲେ।

By amfnews

Related Post