Wed. Sep 23rd, 2026
278 Views

ବ୍ରହ୍ମପୁର : ଗଞ୍ଜାମ ଜିଲ୍ଲା ରମ୍ଭା ଥାନା ଅନ୍ତର୍ଗତ ଝାଡକୁଦା ଗାଁରେ ମୋବାଇଲରେ ଲୁଡୁ ଖେଳକୁ କେନ୍ଦ୍ରକରି ଛୁରାମାଡ଼ ହୋଇଛି। ଗୁରୁତର ହୋଇଥିବା ଯୁବକଙ୍କ ନାଁ କେ. ଦୁର୍ଯ୍ୟୋଧନ ରେଡ୍ଡୀ। ତାଙ୍କୁ ସେହି ଗାଁର ଜଣେ ଯୁବକ ଛୁରାମାଡ଼ କରିଛନ୍ତି।

ସୂଚନାଅନୁସାରେ, ମଙ୍ଗଳବାର ସନ୍ଧ୍ୟାରେ ଗାଁର ରାଧାକୃଷ୍ଣ ମନ୍ଦିର ପାଖରେ ଦୁଇ ଯୁବକ ଲୁଡୁ ଖେଳୁଥିଲେ। ଏହି ଖେଳକୁ ନେଇ ଉଭୟଙ୍କ ମଧ୍ୟରେ ବଚସା ହୋଇଥିଲା। ଗତକାଲି ରାତିରେ ପୁଣି ସେହି ମନ୍ଦିର ନିକଟରେ ଉଭୟଙ୍କ ଭେଟ ହୋଇଥିଲା। ଏହାପରେ ଉଭୟଙ୍କ ମଧ୍ୟରେ ଯୁକ୍ତିତର୍କ ହେବାରୁ ଦୁର୍ଯ୍ୟୋଧନଙ୍କ ପେଟକୁ ଗାଁର ଜଣେ ଯୁବକ ଛୁରୀରେ ଭୁସି ଦେଇଥିଲା। ଦୁର୍ଯ୍ୟୋଧନଙ୍କୁ ପ୍ରଥମେ ଛତ୍ରପୁରସ୍ଥିତ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ପରେ ଅବସ୍ଥା ଗୁରୁତର ଥିବାରୁ ତାଙ୍କୁ ବ୍ରହ୍ମପୁରସ୍ଥିତ ଏମକେସିଜିକୁ ସ୍ଥାନାନ୍ତର କରାଯାଇଛି। ଏହି ଘଟଣାକୁ ନେଇ ଥାନାରେ କୌଣସି ମାମଲା ରୁଜୁ ହୋଇ ନାହିଁ।

By amfnews

Related Post