Sat. May 16th, 2026

ଲିଫ୍‌ଟରେ ଫସି ପ୍ରାଣ ହରାଇଲା ୭ ବର୍ଷୀୟ ନାବାଳକ

212 Views

ମୁମ୍ବାଇ, ଜାନୁଆରୀ ୬ : ବସଇ ପୂର୍ବ ସାତିବଲି ଅଞ୍ଚଳରେ ଶନିବାର ସକାଳେ ଲିଫ୍‌ଟରେ ଫସିଯାଇ ଜଣେ ୭ ବର୍ଷୀୟା ନାବାଳିକାର ମୃତ୍ୟୁ ଘଟିଥିବା ଜଣାଯାଇଛି। ଏହି ଖବର ପାଇବା ମାତ୍ରେ ପୁଲିସ ଘଟଣା ସ୍ଥଳରେ ପହଞ୍ଚି ଶବକୁ ଉଦ୍ଧାର କରି ପୋଷ୍ଟମର୍ଟମ ଲାଗି ପଠାଇଥିଲା।

ଗତକାଲି ଦିନ ୧୧ଟା ବେଳେ ଡାୟସ ରେସିଡେନ୍‌ସି ପାର୍କର ପ୍ଲାଟ୍‌ ନଂ ଏ/୧୦୪ ନିବାସୀ ସନ୍ଦୀପ ଗୌଡଙ୍କ ପୁଅ ଅଂଶ(୭) ବିଲ୍‌ଡିଂ ତଳକୁ ଖେଳିବାକୁ ଯାଉଥିଲେ। ଅଂଶ ପ୍ରଥମ ମହଲାରେ ଅଟକିଥିବା ଲିଫ୍‌ଟର ଗେଟ୍‌ ଖୋଲିଲା ଓ ତା’ ଭିତରକୁ ପଶିଥିଲା। ସେ ଯେମିତି ନିଜର ଗୋଟିଏ ପାଦ ଲିଫ୍‌ଟ ଭିତରକୁ ପକାଇଛି,ସେମିତି ଲିଫ୍‌ଟ ବନ୍ଦ ହୋଇ ତଳକୁ ଚାଲିଯାଇଥିଲା। ଏହି ସମୟରେ ଅଂଶ ଲିଫ୍‌ଟ ଓ କାନ୍ଥ ମଝିରେ ଫସି ଯାଇ ଗମ୍ଭୀର ଆହତ ହୋଇ ସାରିଥିଲା। ଏହା ଫଳରେ ତା’ର ମୃତ୍ୟୁ ବି ହୋଇଥିଲା।

ଏହି ଅଘଟଣ ଘଟିବାପରେ ପରିବାରରେ ଶୋକର ଛାୟା ଖେଳିଯାଇଛି। ସେଠାରେ ବରିଷ୍ଠ ପୁଲିସ ଅଧିକାରୀ ପ୍ରକାଶ ବିରାଜଦାର ନିଜର ଟିମ୍‌ ସହିତ ପହଞ୍ଚିଥିଲେ ଓ ଶବକୁ ଜବତ କରି ପୋଷ୍ଟମର୍ଟମ ପାଇଁ ପଠାଇ ଥିଲେ,ସେହି ଲିଫ୍‌ଟରେ ଲିଫ୍‌ଟମ୍ୟାନ୍‌ ନ ଥିଲା।

By amfnews

Related Post